ବାଇକ ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା, ୭ ଅଟକ
ବରଗଡ଼ : ବରଗଡ଼ ଜିଲା ବରପାଲିରେ ଅଭାବନୀୟ ଘଟଣା । ଜଣେ ଯୁବକକୁ ବାଇକ ଚୋରି ଅଭିଯୋଗ ନେଇ ପିଟିପିଟି ହତ୍ୟା । ଏହି ଘଟଣାରେ ବରପାଲି ପୋଲିସ ୭ ଜଣ ଅଟକ ଥିବାବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ସୂଚନା ଯେ, ସୁବର୍ଣ୍ଣପୁର ଜିଲା ଗଜବନ୍ଧ ଗ୍ରାମର ଯୋଗେଶ୍ୱର ମେହେର (୨୨) ରବିବାର ବାଇକ ଯୋଗେ ରାମପୁର ପଟୁ ଆସୁଥିବା ବେଳେ କେତେକ ଯୁବକ ସଂଘବଦ୍ଧ ଭାବରେ ତାଙ୍କୁ ବାଡି, ଗୋଇଠା ବିଧା ମାରି ଲହୁଲୁହାଣ କରି ଦେବା ପରେ ଛାଡ଼ି ଚାଲିଯାଇଥିଲେ। ପରେ ବରପାଲି ଥାନା ପୋଲିସ ଖବର ପାଇ ବଳିଟିକ୍ରା ନିକଟରୁ ଗୁରୁତର ଅବସ୍ଥାରେ ଯୋଗେଶ୍ୱରଙ୍କୁ ବରପାଲି ସରକାରୀ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୋଗେଶ୍ୱରଙ୍କ ମୃତ୍ୟୁ ହୋଇଥିଲା।
