କରୁଛନ୍ତି କି ଏହିସବୁ ଭୁଲ ? ଆଗ ଜନ୍ମରେ ନେବେ ପଶୁ ଜନ୍ମ, ଜାଣନ୍ତୁ କ’ଣ କହୁଛି ଗରୁଡ଼ ପୁରାଣ
ଧର୍ମ ଗ୍ରନ୍ଥରେ ୧୮ ପୁରାଣ ବିଷୟରେ ଉଲ୍ଲେଖ କରାଯାଇଛି । ସେଥିମଧ୍ୟରୁ ଗରୁଡ଼ ପୁରାଣକୁ ମହାପୁରାଣ ଭାବେ ବର୍ଣ୍ଣନା କରାଯାଇଛି । ଗରୁଡ଼ ପୁରାଣରେ ଆତ୍ମା ଶରୀର ଛାଡ଼ିବା ପରେ କେଉଁଠିକି ଯାଏ ତାହା ଉଲ୍ଲେଖ କରାଯାଇଛି । ସେଠାରେ ତାଙ୍କୁ କର୍ମ ଅନୁଯାୟୀ ଦଣ୍ଡ ମିଳେ । ଗରୁଡ଼ ପୁରାଣରେ, ଏପରି କିଛି କାର୍ଯ୍ୟ ବିଷୟରେ କୁହାଯାଇଛି, ଯେଉଁଥିରେ ଆତ୍ମାକୁ କଠୋର ଦଣ୍ଡ ଭୋଗିବାକୁ ପଡେ଼ । ଏହି କାର୍ଯ୍ୟ ବିଷୟରେ ଜାଣନ୍ତୁ ।
୧) ଗରୁଡ଼ ପୁରାଣ ଅନୁଯାୟୀ, ଜଣେ ଝିଅ କିମ୍ବା ମହିଳାଙ୍କୁ ଶୋଷଣ କରୁଥିବା ବ୍ୟକ୍ତି, ପରବର୍ତ୍ତୀ ଜନ୍ମରେ ବହୁତ କଷ୍ଟ ପାଆନ୍ତି । ଅନେକ ବର୍ଷ ଧରି ଆତ୍ମାକୁ ନର୍କରେ ଯନ୍ତ୍ରଣା ଭୋଗିବାକୁ ପଡ଼େ । ଏହା ପରେ ସେ ପରବର୍ତ୍ତୀ ଜନ୍ମରେ ଅଜଗର ରୂପରେ ଜନ୍ମ ନେଇଥାନ୍ତି ।
୨) ଯେଉଁ ବ୍ୟକ୍ତି ନିଜ ଗୁରୁ କିମ୍ବା ଗୁରୁଙ୍କ ପତ୍ନୀଙ୍କୁ ମନ୍ଦ ଆଖିରେ ଦେଖନ୍ତି । ସେମାନଙ୍କୁ ନର୍କରେ ଭୟଙ୍କର ଯନ୍ତ୍ରଣା ଭୋଗିବାକୁ ପଡ଼େ । ଏହା ପରେ ସେ ଏଣ୍ଡୁଅ ରୂପରେ ଜନ୍ମ ନିଅନ୍ତି । ଅନ୍ୟ ପଟେ, ଯିଏ ନିଜ ବନ୍ଧୁଙ୍କ ପତ୍ନୀଙ୍କୁ ଶାରୀରିକ ନିର୍ଯାତନା ଦିଅନ୍ତି । ସେମାନେ ପର ଜନ୍ମରେ କୁକୁର ରୂପରେ ଜନ୍ମ ନିଅନ୍ତି ।
୩) ଗରୁଡ଼ ପୁରାଣ ଅନୁଯାୟୀ ଜଣେ ମହିଳାଙ୍କୁ ଅପହରଣ କରିବା ଏକ ବଡ଼ ପାପ । ଯିଏ ଏହା କରେ, ତାଙ୍କୁ ମଧ୍ୟ ନର୍କରେ ବହୁତ ଯନ୍ତ୍ରଣା ଭୋଗିବାକୁ ପଡ଼େ । ଏହି ବ୍ୟକ୍ତି ପର ଜନ୍ମରେ ବ୍ରହ୍ମରାକ୍ଷସ ଭାବେ ଜନ୍ମ ହୁଅନ୍ତି ।
