ଆରଏସ୍ଟି ନିର୍ଦ୍ଦେଶକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା
ପୁରୀ : ବ୍ୟାଙ୍କ ଅଧିକାରୀ ବିଷ୍ଣୁଚରଣ ଦଳାଇଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସେ ଦୀର୍ଘ ୩୯ ବର୍ଷ ଧରି ବ୍ୟାଙ୍କିଙ୍ଗ ସେବାରେ କାର୍ଯ୍ୟ କରିଥିଲେ । ସେ କର୍ତବ୍ୟନିଷ୍ଠ,କର୍ମାଭିମୁଖୀ,ପରୋପକାରୀ, ସରଳ ଓ ସେହ୍ନୀ ମଣିଷ ଥିଲେ । ତାଙ୍କ ଅବସରରେ ବ୍ୟାଙ୍କ ଜଣେ ଅଧିକାରୀଙ୍କ କାର୍ଯ୍ୟଦକ୍ଷତାରୁ ବଞ୍ଛିତ ହେଲା । ଜନସାଧରଣଙ୍କୁ ବ୍ୟାଙ୍କ ସେବା ଯୋଗାଇବାରେ ଶ୍ରୀଦଳାଇ ବେଶ ଆଦର ପାଇଥିଲେ । ଏହି ଅବସରର ତାଙ୍କର ଦୀର୍ଘମୟ ଜୀବନ କାମନା କରିବା ସହ ଗୀତା,ଛତା ,ସାଲ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ବ୍ୟାଙ୍କର ବରିଷ୍ଠ ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ ।
