ଭାଗ୍ୟ ବଦଳାଉଛି ସାମୁଦ୍ରିକ ମାଛ; ୨ଲକ୍ଷ ୭୩ହଜାରରେ ନିଲାମ ହେଲା ତେଲିଆ ଭୋଲା
ଭୋଗରାଇ : ଭାଗ୍ୟ ବଦଳାଉଛି ସାମୁଦ୍ରିକ ମାଛ । ଏକାଥରକେ କରିଦେଉଛି ଲକ୍ଷପତି । ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଗଭୀର ସମୁଦ୍ର ଉପକୂଳରୁ ଶନିବାର ୩୬କେଜିର ଏକ ବିରଳ ପ୍ରଜାତିର ତେଲିଆ ଭୋଲା ମାଛ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଥିଲା । ଏହି ମାଛକୁ ଦୀଘା ମୁହାଣ ଆନ୍ତର୍ଜାତିକ ମାଛ ବିକ୍ରି କେନ୍ଦ୍ରକୁ ଅଣାଯାଇ ବ୍ରିକି ନିମନ୍ତେ ନିଲାମ କରାଯାଇଥିଲା । କଲକାତା ସାନ୍ ଏଣ୍ଡ କମ୍ପାନୀ ଉକ୍ତ ମାଛକୁ କେଜି ପ୍ରତି ୭ହଜାର ୫ଶହରେ ନିଲାମ କରି ୨ଲକ୍ଷ ୭୦ହଜାରରେ କିଣି ନେଇଥିବାର ସୂଚନା ମିଳିଛି ।
ସୂଚନା ଅନୁଯାୟୀ ଉକ୍ତ ମାଛଗୁଡ଼ିକ ପେଟ ଅଂଶରୁ ଏକ ବ୍ଲଡ଼ କଢ଼ାଯାଇ ଔଷଧୀୟ ଗୁଣରେ ଲାଗୁଥିବାର କୁହାଯାଇଛି ।
