ପୋକ୍ସୋ କୋର୍ଟରେ ଅସଦାଚାରଣକାରୀକୁ ୩ବର୍ଷ ଜେଲ ଓ ଜରିମାନା
କେନ୍ଦ୍ରାପଡ଼ା : କେନ୍ଦ୍ରାପଡାର ଫାଷ୍ଟାଟ୍ରାର୍କ କୋର୍ଟ ପୋକ୍ସୋର ମାନ୍ୟବର ବିଚାରପତି ଟିକେ ଚିନାରା ଜଣେ ନାବାଳିକା ଅସଦାଚରଣ ଅଭିଯୁକ୍ତକୁ ୩ବର୍ଷ ଜେଲ ଓ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ତମଳାଶାସନ ଗ୍ରାମର ଜଣେ ନାବାଲିକା ତାଙ୍କ ଘର ପାଖ ଇଟାଗଦା ରେ ବସିଥିବା ବେଳେ ସେହି ଥାନା ଅନ୍ତର୍ଗତ ଚନ୍ଦନପୁର ଗ୍ରାମର ସର୍ବେଶ୍ୱର ମିଶ୍ର ନାବାଳିକାକୁ ପ୍ରଲୋଭନ ଦେଖାଇ ସଂନ୍ଧ୍ୟା ସମୟରେ ପାଣି ପାଇପ ଘର ପଛପଟ କୁ ଡାକିନେଇ ତାଙ୍କ ସହିତ ଅସଦାଚାରଣ କରିଥିଲେ । ନାବାଳିକା ର ବାପାଙ୍କ ତରଫରୁ ପଟ୍ଟମୁଣ୍ଡାଇ ଥାନାରେ ଏତଲା ଦେବାପରେ ଥାନା ଅଧିକାରୀ ୪୧/୧୭ରେ ଏକ ମାମଲା ରୁଜୁ କରିଥିଲେ । ଜିଆର କେଶ ନଂ ୯/୧୭ ର ମାମଲାର ବିଚାର କରି ୧୪ ଜଣ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରି ମାନ୍ୟବର ବିଚାରପତି ଶ୍ରୀ ଚିନାରା ଆସାମୀକୁ ୩ବର୍ଷ ଜେଲ ସହିତ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦାୟ ଆଉ ୬ ମାସ ଅଧିକ ଜେଲ ଦଣ୍ଡାଦେଶ ରହିଛି । ମାମଲାକୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ମନୋଜ କୁମାର ସାହୁ ପରିଚାଳନା କରିଥିଲେ ।
