ବାଲେଶ୍ୱର ଫୁଟବଲ ଲିଗ-୨୦୨୨ : ଏଫ୍ଏମ୍ କ୍ଲବ ବିଜୟୀ
ବାଲେଶ୍ୱର : ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ଆନୁକୁଲ୍ୟରେ ସ୍ଥାନୀୟ ପରମିଟ ପଡ଼ିଆ ଠାରେ ଚାଲୁଥିବା ବାଲେଶ୍ୱର ସିନିୟର ଫୁଟବଲ ଲିଗ ଟୁର୍ଣ୍ଣାମେଣ୍ଟରେ ଶୁକ୍ରବାର ଦଶମ ଦିନର ଉନବିଂଶତମ ଖେଳ ଏଫ୍ଏମ୍ କ୍ଲବ ସହିତ ଦିବ୍ୟାଂଶୁ ପୁଂଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଏଫ୍ଏମ୍ କ୍ଲବ ୩/୦ ଗୋଲରେ ବିଜୟୀ ହୋଇଥିଲେ । ରେଫେରୀ ଭାବେ ପ୍ରଦିପ କୁମାର ଦାସ, ସୁଦାମ ବୁଗୁଡାଇ, ଦେବାଶିଷ ଘୋଷ ଓ ଅଶୋକ କର ମ୍ୟାଚ୍ ପରିଚାଳନା କରିଥିଲେ ।
ସୂଚନା ଯେ, ଶନିବାରର ପ୍ରଥମ ମ୍ୟାଚ ପୂର୍ବାହ୍ନର ମ୍ୟାଚ୍ ମିଶନ ଟାଇଗର ଓ ଯବାନ ମାର୍ଶଲ କ୍ଲବ ଏବଂ ଅପରାହ୍ନର ମ୍ୟାଚ ମଧୁସୁଦନ କ୍ଲବ ଓ ଦିବ୍ୟାଂଶୀ ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।
