୨୪ରୁ ବିଧାନସଭାର ଶୀତକାଳୀନ ଅଧିବେଶନ, ମୋଟ ୩୩ କାର୍ଯ୍ୟ ଦିବସ
ଭୁବନେମଶ୍ବର : ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଧାନସଭା ଶୀତକାଳୀନ ଅଧିବେଶନ ନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ଷୋଡଶ ବିଧାନସଭାର ଏକାଦଶ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଥିବା ବେଳେ ଆସନ୍ତାମାସ ୨୪ ତାରିଖରେ ଅର୍ଥ ମନ୍ତ୍ରୀ ଆଗତ କରିବେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍। ଏହାପରେ ନଭେମ୍ବର ୩୦ ତାରିଖରେ ବିଧାନସଭାରେ ଖର୍ଚ୍ଚ ଦାବି ସଂପର୍କିତ ଆଲୋଚନା ହେବ। ଡିସେମ୍ବର ୨ ତାରିଖରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ। ଶୀତକାଳୀନ ଅଧିବେଶନରେ ଗୃହ ସୁରୁଖୁରୁରେ ପରିଚାଳନା ପାଇଁ ଖୁବ୍ଶୀଘ୍ର ସର୍ବଦଳୀୟ ବୈଠକ ଡକାଯିବ ।
