ବହଳଦା ଶିକ୍ଷକ ସଂଘର ଜରୁରୀ ବୈଠକ ଏବଂ କର୍ମକର୍ତା ନିର୍ବାଚନ
ବାରିପଦା : ୨୦୦୧ ମସିହାରୁ ୨୦୧୮ ମସିହା ମଧ୍ୟରେ ଶିକ୍ଷକତା ଆରମ୍ଭ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଭିନ୍ନ ଦାବି ନେଇ ବହଳଦା ଶିକ୍ଷକ ସଂଘର ଜରୁରୀ ବୈଠକ ବହଳଦା ଧର୍ମଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଲୋଚନା ହୋଇଥିବା ଦାବି ଗୁଡ଼ିକ ମଧ୍ୟରେ ସମସ୍ତଙ୍କ ଚାକିରିର ପ୍ରଥମ ଛଅ ବର୍ଷକୁ ନିୟମିତ ଚାକିରିରେ ଗଣନା କରି ଛଅଟି ଇନକ୍ରିମେଣ୍ଟ ଦେବା, ନୂତନ ପେନସନ ସ୍କିମ ବଦଳରେ ପୁରୁଣା ପେନସନ ସ୍କିମ ଲାଗୁକରିବା, ଏକ୍ସ୍ କ୍ୟାଡ଼ରରେ ସାମିଲ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମାନ ନ୍ୟାୟରେ ପ୍ରଥମରୁ ନିୟମିତ କରିବା ଆଦି ଦାବି କରାଯାଇଛି । ଏହି ସଭାରେ ବହଳଦା ଶିକ୍ଷକ ସଂଘର ନୂତନ କର୍ମକର୍ତାଙ୍କ ନାମ ଘୋଷଣା କରାଯାଇଥିବା ବେଳେ, ସଂଘର ସଭାପତି ଭାବେ ସୁବ୍ରତ କୁମାର ପଲେଇ, ଉପସଭାପତି ହେମନ୍ତ କୁମାର ମହିନ୍ତ, ସମ୍ପାଦକ ପୁଲକ କୁମାର ସେଠୀ, ସହ ସମ୍ପାଦକ ଭାବରେ ତିନି ଜଣ ମାଝିଆ ମାର୍ଣ୍ତି, ପ୍ରଦୀପ୍ତା ଦାସ ଓ ପ୍ରଦୀପ ଜ୍ୟୋତିଷି, କୋଷାଧ୍ୟକ୍ଷ ଭାବେ ତିନି ଜଣ ଶାନ୍ତନୁ କୁମାର ମହାନ୍ତ, ସୂର୍ଯ୍ୟକାନ୍ତ ନାୟକ ଓ ତରଙ୍ଗ ବୀର ମହାନ୍ତ, ଉପଦେଷ୍ଟା ଭାବେ ଶିବନନ୍ଦନ ମହାନ୍ତ, ନଳିନୀ ବେହେରା, ସତ୍ୟବାନ ନାୟକ, ଆଶିଷ କୁମାର ମହାନ୍ତି, କିଶୁନ ସୋରେନ, ପ୍ରେମାବତୀ ବେହେରା ଏବଂ ତପନ କୁମାର ବାରିକ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲ । ଆଜିର ସଭାରେ ଆଲୋଚନା କରାଯାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଦାବି ଗୁଡ଼ିକ ପରବର୍ତ୍ତୀ ସମୟରେ ଜିଲ୍ଲା ସ୍ତରରେ ତଥା ରାଜ୍ୟ ସ୍ତରରେ ମଧ୍ୟ ଦାବି କରାଯାଇ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ସଂଗ୍ରାମ କରାଯିବ ବୋଲି ସମସ୍ତେ ଶପଥ ନେଇଥିଲେ । ଆଜିର ଏହି ସଭାରେ ବହଳଦା ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷକ ନଳିନୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ଶେଷରେ ଶାନ୍ତନୁ କୁମାର ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
