୫୦ ବର୍ଷରେ ପାଦ ଥାପିଲେ ନୀଳ ନୟନା ଐଶ୍ୱର୍ଯ୍ୟା ! ଜାଣନ୍ତୁ ବିବାହ ପରେ କେମିତି ବିବାଦ ଘେରକୁ ଟାଣି ହୋଇଥିଲେ
ମୁମ୍ବାଇ : ବଲିଉଡ୍ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ବଚ୍ଚନ ପରିବାରର ବୋହୂ ହେଉଛନ୍ତି ଐଶ୍ୱର୍ଯ୍ୟା । ଆଜି ନୀଳ ନୟନାଙ୍କ ଜନ୍ମଦିନ । ୫୦ ବର୍ଷରେ ପାଦ ଥାପିଛନ୍ତି ସେ। ଏ ଅବସରରେ ତାଙ୍କୁ ଛୁଟୁଛି ଅନେକ ଶୁଭେଚ୍ଛା ଓ ଶୁଭକାମନାର ସୁଅ। ତେବେ ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସହ ଜଡିତ କିଛି ରୋଚକ କଥା ଏବଂ ବିବାଦୀୟ ଘଟଣାବଳୀ ।
ସଲମାନ ଖାନଙ୍କ ସହ ବିବାଦ :
ଐଶ୍ୱର୍ଯ୍ୟା ରାୟ ଏବଂ ସଲମାନ ଖାନଙ୍କ ପ୍ରେମ କାହାଣୀ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ର ସେଟରୁ ଆରମ୍ଭ ହୋଇଥିଲା । ପ୍ରଶଂସକମାନେ ଏହି ଦୁଇ କଳାକାରଙ୍କ କେମେଷ୍ଟ୍ରିକୁ ଭଲ ପାଉଥିଲେ । ଏହା ମଧ୍ୟ କୁହାଯାଇଥିଲା ଯେ ପ୍ରଥମେ ଐଶ୍ୱର୍ଯ୍ୟା ରାୟ ତାଙ୍କ ପିତାମାତାଙ୍କ ବିନା ଅନୁମତିରେ ଏହି ସମ୍ପର୍କ ଗଢିଥିଲେ । କିନ୍ତୁ ପରେ କିଛି ଘଟିଲା ଯାହା ଐଶ୍ୱର୍ଯ୍ୟା ଏବଂ ସଲମାନ ଅଲଗା ହୋଇଗଲେ ।କୁହାଯାଏ ଯେ ସଲମାନ ଖାନ ଐଶ୍ୱର୍ଯ୍ୟାଙ୍କୁ ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦେଉଥିଲେ । ଯଦିଓ ସଲମାନ ଏସବୁକୁ ଅସ୍ୱୀକାର କରିଛନ୍ତି । କିନ୍ତୁ ଐଶ୍ୱର୍ଯ୍ୟା ସର୍ବସାଧାରଣରେ, ଏକ ସାକ୍ଷାତକାରରେ, ଏହା ବିଷୟରେ ଆଶ୍ଚର୍ଯ୍ୟଜନକ ସୂଚନା ଦେଇଥିଲେ । ସେ ସ୍ପଷ୍ଟ କରିଥିଲେ କି ସେ କିପରି ସଲମାନଙ୍କ କ୍ରୋଧର ଶିକାର ହୋଇଥିଲେ ।
ସୁଭାଷଙ୍କ ସହିତ ଆଫେୟାର୍ସ :
ଲେଖିକା ରିନା ଗୋଲାନଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଡିୟର ମିଷ୍ଟର ବଲିଉଡ୍’ରେ ଅଭିନେତ୍ରୀଙ୍କ ଐଶ୍ୱର୍ଯ୍ୟାଙ୍କ ବିଷୟରେ ବଡ ଖୁଲାସା କରିଥିଲେ ଲେଖିକା । ସେ ସେହି ପୁସ୍ତକରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିଷୟରେ ଏକ ବିବାଦୀୟ କଥା କହିଥିଲେ। ରିନା ଗୋଲାନ ଏହି ପୁସ୍ତକରେ ଲେଖିଥିଲେ ଯେ ଫିଲ୍ମ ‘ତାଲ’ରେ ଅଭିନୟ ପାଇବା ପାଇଁ ଅଭିନେତ୍ରୀ ସୁଭାଷ ଘାଇଙ୍କ ସହ ସମ୍ପର୍କ ରଖିଥିଲେ। ଏହି ଖବର ସେହି ସମୟରେ ଚର୍ଚ୍ଚାରେ ବିଷୟ ପାଲଟିଥିଲା। ଯେଉଁଥି ପାଇଁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଟ୍ରୋଲର ଶୀକାର ମଧ୍ୟ ହୋଇଥିଲେ।
ହ୍ରିତିକ ରୋଶନଙ୍କ ସହ ‘ଧିୁମ୍ ୨’ ରେ ହୋଇଥିବା ଚୁମ୍ବନ ଦୃଶ୍ୟ :
‘ଧୁମ୍ ୨’ ଚଳଚ୍ଚିତ୍ର ପାଇଁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅଭିନେତା ହ୍ରିତିକ ରୋଶନଙ୍କ ସହ ଲିପଲକ୍ ଦୃଶ୍ୟ ଦେଇଥିଲେ। ଯେଉଁଥି ପାଇଁ ସେ ବିବାଦ ଘେରକୁ ଆସିଥିଲେ। ଏହି ଚଳଚ୍ଚିତ୍ରରେ ହ୍ରିତିକଙ୍କ ସହ ଚୁମ୍ବନ ଦୃଶ୍ୟକୁ ଅଭିନେତ୍ରୀଙ୍କ ଶାଶୁଘର ଲୋକେ ତଥା ବଚ୍ଚନ ପରିବାର ପସନ୍ଦ କରିନଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀଙ୍କ ଶାଶୁ ଜୟା ବଚ୍ଚନ ଏହି ସିନକୁ ନେଇ ରାଗି ମଧ୍ୟ ହୋଇଥିଲେ।
ସୋନମ କପୁର-ଇମ୍ରାନ ହାସମୀଙ୍କ ସହ ବିବାଦ :
ଇମ୍ରାନ ହାସମି,କରନ ଜୋହରଙ୍କ ଏକ ଶୋ’ରେ ଐଶ୍ୱର୍ଯ୍ୟାଙ୍କୁ ଏକ ପ୍ଲାଷ୍ଟିକ୍ ଡଲ୍ ବୋଲି କହିଥିଲେ। ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ନୀଳ ନୟନା । ସେପଟେ ଅନୀଲ କପୁରଙ୍କ ଲାଡଲୀ, ସୋନମ କପୁରଙ୍କୁ ବି ପସନ୍ଦ କରନ୍ତିନି ଐଶ୍ୱର୍ଯ୍ୟା। କାହିଁକିନା ସୋନମ୍ ଐଶ୍ବର୍ଯ୍ୟାଙ୍କୁ ଆଣ୍ଟି( ମାଉସୀ) ଡାକି ଦେଇଥିଲେ। ଯାହାକୁ ନେଇ ରାଗି ଯାଇଥିଲେ ଐଶ୍ । ଏହି କାରଣରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇ ଯାଇଥିଲା। କିନ୍ତୁ ଐଶ୍ୱର୍ଯ୍ୟାଙ୍କୁ ସୋନମଙ୍କ ରିସେପସନ ପାର୍ଟୀରେ ଦେଖିବାକୁ ମିଳିଥିଲା।
ରଣବୀର କପୁରଙ୍କ ସହ ରୋମାନ୍ସକୁ ନେଇ ହୋଇଥିଲେ ବିବାଦ :
ବିବାହର ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନା, ଅଭିନେତା ରଣବୀର କପୁର ଏବଂ ଅନୁଷ୍କା ଶର୍ମାଙ୍କ ସହ ‘ ଏ ଦିଲ୍ ହେ ମୁସକିଲ୍’ ଫିଲ୍ମରେ ସ୍କ୍ରିନ ସେୟାର କରିଥିଲେ। ଏହି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ରଣବୀରଙ୍କ ସହ ରୋମାନ୍ସ କରିଥିଲେ । ଯାହାକୁ ନେଇ ରାଗି ଯାଇଥିଲେ ଅଭିନେତ୍ରୀଙ୍କ ଶାଶୁ ଜୟା ବଚ୍ଚନ। ଅଭିନେତ୍ରୀ ମଧ୍ୟ ରଣବୀରଙ୍କ ଠାରୁ ବୟସରେ ବଡ ବୋଲି କହି ଅନେକ ଟ୍ରୋଲର୍ସ ଟ୍ରୋଲ ମଧ୍ୟ କରିଥିଲେ।
ପାନାମା ପେପର ବିବାଦ :
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାନାମା ପେପର ଲିକ୍ ମାମଲାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ନାମ ମଧ୍ୟ ଆଗକୁ ଆସିଥିଲା। ଅଭିନେତ୍ରୀଙ୍କୁ ନୋଟିସ୍ ଆସିଥିଲା। ଏହି ଅଭିନେତ୍ରୀଙ୍କୁ ଦିଲ୍ଲୀରେ ଡକାଯାଇଥିଲା। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଏହି ମାମଲାରେ ପୂର୍ବରୁ ଦୁଇଥର ଡକାଯାଇଥିଲା, କିନ୍ତୁ ଦୁଇ ଥର ଏହି ନୋଟିସକୁ ବାତିଲ କରିବାକୁ ଅନୁରୋଧ କରାଯାଇଥିଲା।
