ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ, ଅଂଶଗ୍ରହଣ କଲେ ୫୦ ବାଳିକାବାଳକ
ବାଲେଶ୍ୱର : ବାଲେଶ୍ୱର ଜିଲା ଫକୀରମୋହନ ସ୍ୱୟଂଶାସିତ ମହାବିଦୟାଳୟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କ ଅନୁମୋଦନ ଏବଂ ସପ୍ତମ ଓଡ଼ିଶା ଏନସିସି ଭଦ୍ରକର କମାଣ୍ଡିଙ୍ଗ୍ ଅଫିସରଙ୍କ ନିର୍ଦ୍ଦେଶ କ୍ରମେ କଲେଜ ଏନ୍ସିସି ଆର୍ମି ଉଇଙ୍ଗ୍ସ ତରଫରୁ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ୫୦ ଜଣ ବାଳିକାବାଳକ ଏନ୍ସିସି କ୍ୟାଡେଟ ଅଂଶଗ୍ରହଣ କରିଥିଲେ ।
ତେବେ ଅଂଶଗ୍ରହଣ କରିଥିବା ପିଲାମାନେ ଦୌଡ଼ କାର୍ଯ୍ୟକ୍ରମରେ ଯୋଗଦେଇ ଏକତା ହିଁ ବଳ ତେଣୁ ସମସ୍ତେ ଏକ ହେଲେ ଯାଇ ଦେଶ ଅଗ୍ରଣୀ ହୋଇପାରିବ ବୋଲି ସମାଜକୁ ବାର୍ତ୍ତା ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସପ୍ତମ ଓଡ଼ିଶା ବାଟାଲିୟନର ନାଏବ ସୁବେଦାର ଗୋପାଲ ଜୀ ଯୋଗଦେଇଥିବା ବେଳେ ବାଳିକା ବିଭାଗର ଏନସିସି ଅଫିସର୍ କ୍ୟାପଟେନ ବିଦ୍ୟୁତ୍ ପ୍ରଭା ଦାସ ଏବଂ ବାଳକ ବିଭାଗର ଏନସିସି ଅଫିସର୍ ଲେଫ୍ଟନାଣ୍ଟ ଆଶିଷ କୁମାର ପଣ୍ଡା ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ ।
