ରାଜ୍ୟରେ ଆଜି ସୁଦ୍ଧା ଦିଆଗଲାଣି ୮,୧୩ କୋଟିରୁ ଅଧିକ କରୋନା ଟୀକା
ଭୁବନେଶ୍ୱର : କରୋନା ଟୀକାକରଣ ଅଭିଯାନରେ ଆଜି ସୁଦ୍ଧା ରାଜ୍ୟରେ ସମୁଦାୟ ୮ କୋଟି ୧୩ ଲକ୍ଷ ୯୬ ହଜାର ୭୨୧ ସଂଖ୍ୟାରେ ଟିକା ଦିଆଗଲାଣି ।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଅନୁସାରେ ସୋମବାର ସକାଳ ସୁଦ୍ଧା ରାଜ୍ୟରେ ସମୁଦାୟ ଦିଆ ଯାଇଥିବା ଟିକାରୁ ପ୍ରଥମ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୩ କୋଟି ୫୨ ଲକ୍ଷ ୬୩ ହଜାର ୭୦୭ ଜଣ ଥିବା ବେଳେ ଦ୍ୱିତିୟ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୩ କୋଟି ୩୦ ଲକ୍ଷ ୦୩ ହଜାର ୫୬୨ ଜଣ । ଏହା ସହିତ ବୃଷ୍ଟର ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ୧ କୋଟି ୩୧ ଲକ୍ଷ ୨୯ ହଜାର ୪୫୨ ଜଣ । ଜିଲ୍ଲା ମାନଙ୍କ ମଧ୍ୟରେ ଗଂଞାମ ଜିଲ୍ଲାରେ ସମୁଦାୟ ୭୩ ଲକ୍ଷ ୩୩ ହଜାର ୭୦୩ ଜଣଙ୍କୁ ଟିକା ଦିଆଯାଇଛି ଯାହା ସବୁ ଜିଲ୍ଲା ମାନଙ୍କଠାରୁ ଆଗରେ ଅଛି ବୋଲି ସୂଚନା ଦିଆଯାଇଛି ।
