କୁପୱାଡ଼ାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ପାକିସ୍ତାନୀ ଆତଙ୍କବାଦୀର ମୃତ୍ୟୁ
କୁପୱାଡ଼ା : କୁପୱାଡ଼ା ଜିଲ୍ଲାରେ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ଭାରତୀୟ ସେନା ମାରିଛନ୍ତି । ପୋଲିସ୍ର ଏକ ଅଧିକାରୀ କହିଛନ୍ତି ଯେ କୁପୱାନା ଜିଲ୍ଲାର କେରନ ସେକ୍ଟର(ଜୁମାଗୁଣ୍ଡ କ୍ଷେତ୍ର)ରେ ସେନା ଏକ ପାକିସ୍ତାନୀ ଆତଙ୍କବାଦୀକୁ ସୀମା ପାରକରିବା ମାତ୍ରେ ମାରିଥିଲେ । ଏହାପରେ ଅଂଚଳରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଛି । ବିସ୍ମୃତ ସୂଚନାର ପ୍ରତୀକ୍ଷା ଅଛି ।
