ଲୌହପୁରୁଷ ପଟେଲଙ୍କ କାରଣରୁ ମଜବୁତ ଅଖଣ୍ଡ ଭାରତର ହେଲା ନିର୍ମାଣ : ଶାହ
ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର ଦିନ ସରଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ ଲୌହପୁରୁଷଙ୍କ ଦୂରଦର୍ଶିତା କାରଣରୁ ଏକ ମଜବୁତ ଏବଂ ଅଖଣ୍ଡ ଭାରତର ନିର୍ମାଣ ସମ୍ଭବ ହୋଇଛି ।
ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶାହ କହିଛନ୍ତି ଯେ ସରଦାର ପଟେଲ ଦେଶକୁ ଭାଗ କରିବାକୁ ପ୍ରୟାସ କରୁଥିବା ଶକ୍ତି ଥାଇ ବି ନିଜର ବୁଝିବା ଶକ୍ତି, ଦୂରଦର୍ଶିତା କାରଣରୁ ଏକ ମଜବୁତ ଏବଂ ଅଖଣ୍ଡ ଭାରତର ସ୍ୱପ୍ନକୁ ସାକାର କରିଛନ୍ତି । ତାଙ୍କର ମଜବୁତ ଇଚ୍ଛାଶକ୍ତି ବିନା ଅଖଣ୍ଡ ଭାରତ ସମ୍ଭବ ନଥିଲା । ସେ କହିଛନ୍ତି ଯେ ଭାରତର ବର୍ତମାନର ରୂପର ନିର୍ମାଣରେ ସରଦାର ପଟେଲଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଛି ।
