ସରସ୍ଵତୀପୁର ଠାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ରେମୁଣା : ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସୂଚନା ଏବଂ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ ,ବାଲେଶ୍ଵର ପକ୍ଷରୁ ରେମୁଣା ବ୍ଲକ ଅଧିନସ୍ଥ ସରସ୍ଵତୀପୁର UGUP ସ୍କୁଲ ପଡିଆ ଠାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସର୍ଦ୍ଦାର ପଟେଲ ଙ୍କ ଜୀବନୀ, ଆଜାଦୀ କା ଅମୃତ ମହୋତ୍ସବ ଏବଂ 8ବର୍ଷ ସେବା ସୁଶାସନ,ଗରିବ କଲ୍ୟାଣ ଆଧାରିତ ଦୁଇ ଦିନିଆ ଫଟୋଚିତ୍ର ପ୍ରଦର୍ଶନୀ ର ଆୟୋଜନ କରାଯାଇଛି।ଏହି ଫଟୋଚିତ୍ର ପ୍ରଦର୍ଶନୀ କୁ ବାଲେଶ୍ଵରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଢ଼ଙ୍ଗୀ ମୁଖ୍ୟ ଅତିଥି ହିସାବରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ତଥା ସଭା କାର୍ଯ୍ୟକୁ ସମ୍ବୋଧନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକତା ପାଇଁ ଗଣଦୌଡ କୁ ମଧ୍ୟ ମୁଖ୍ୟ ଅତିଥି ପତାକା ଦେଖାଇ ଉଦଘାଟନ କରିବା ସଙ୍ଗେ ସଙ୍ଗେ ଗଣଦୌଡ ରେ ମଧ୍ୟ ଭାଗ ନେଇଥିଲେ।ଏହି ଗଣଦୌଡ ସମଲପୁର ଛକ ଠାରୁ କାର୍ଯ୍ୟକ୍ରମ ସ୍ଥଳୀ (ସରସ୍ଵତୀପୁର) ପର୍ଯ୍ୟନ୍ତ ଆସିଥିଲା। ସମ୍ମାନିତ ଅତିଥି ହିସାବରେ ମାନ୍ୟବର ରେମୁଣା ବିଧାୟକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ,ସ୍ଥାନୀୟ ସରପଞ୍ଚ କୈଳାସ ଚନ୍ଦ୍ର ସ୍ୱାଇଁ ,ପଞ୍ଚାୟତ ସମିତି ସଦସ୍ୟ ତ୍ରିଲୋଚନ ପ୍ରଧାନ ଯୋଗ ଦେଇଥିବାବେଳେ ଅତିଥି ବକ୍ତା ହିସାବରେ ବାଲେଶ୍ଵର ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ଶ୍ରୀ ଘନଶ୍ୟାମ ଗିରି ଏବଂ ଜିଲ୍ଲା ପରିଷଦ ପରାମର୍ଶ ଦାତା ଶ୍ରୀମତୀ ସ୍ଵର୍ଣ୍ଣଲତା ମହାନ୍ତି ଯୋଗ ଦେଇଥିଲେ। କ୍ଷେତ୍ରପ୍ରଚାର ଅଧିକାରୀ ଶ୍ରୀ ନିର୍ମାଲ୍ୟ ବେହେରା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଅତିଥି ପରିଚୟ ଦେଇଥିବାବେଳେ ସରକାରୀ ଅଧିକାରୀ ଜୀବନ କୁମାର ସାମନ୍ତସିଂହାର ସଭା ପରିଚାଳନା କରିଥିଲେ ଏବଂ ଶ୍ରୀ ଖଗେଶ ବାଇପାଇ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ତଥା ଅନ୍ୟତମ ଅତିଥି ମାନେ ସର୍ଦ୍ଦାର ପଟେଲ ଙ୍କ ଜୀବନୀ ଉପରେ ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମ ଶେଷରେ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭୁବନେଶ୍ୱର ଦ୍ଵାରା ପ୍ରେରିତ ବିନୋରୀ ଡ୍ୱେରଫେୟାର ସଂଗଠନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ 2ଦିନ ଧରି ଚାଲିବ। ଏହି କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ସରସ୍ଵତୀପୁର ଗ୍ରାମପଞ୍ଚାୟତର କର୍ମୀ ଭାଇ ମାନେ ସହଯୋଗ କରିଥିଲେ।
