ଜାମଦା ବ୍ଳକର ପାଶନା ଠାରେ ବିଜେଡିର ଜନ ସଂପର୍କ ପଦଯାତ୍ରା
ରାଇରଙ୍ଗପୁର : ମୟୂରଭଂଜ ଜିଲ୍ଲା ଜାମଦା ବ୍ଳକର ପାଶନା ପଂଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଜନ ସଂପର୍କ ପଦଯାତ୍ରା ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜାମଦା ବ୍ଳକ ବିଜେଡି ସଭାପତି ସିଦ୍ଧିଲାଲ ହେମ୍ବ୍ରମଙ୍କ ନେତୃତ୍ୱରେ ଅନୁଷ୍ଠିତ ପଦଯାତ୍ରାରେ ମୁଖ୍ୟ ଅତିଥିଭାବେ ଜାମଦା ବ୍ଳକ ବିଜେଡି ପ୍ରଭାରୀ ସ୍ୱରୂପ ବେହେରା, ପଶ୍ଚିମ ମୟୂରଭଂଜ ବିଜେଡି ସାଧାରଣ ସଂପାଦକ ସୁବାଷ ମଣ୍ଡଳ, ଜାମଦା ବ୍ଳକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ, ୧୭ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମାର୍ଣ୍ଡୀ, ୧୬ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ବାବୁଲା ଟୁଡୁ, ବିଜେଡି ନେତା ଦୁର୍ଗା ଚରଣ ହେମ୍ବ୍ରମ, ମଟକା ବିରୁଆ, ବ୍ଳକ ବିଜେଡି ମହିଳା ସଭାନେତ୍ରୀ ସତ୍ୟବତୀ ମହାକୁଡ଼, କାର୍ଯ୍ୟକାରୀ ସଭାନେତ୍ରୀ ସାବିତ୍ରୀ ହେମ୍ବ୍ରମ, ପାର୍ବତୀ ବିରୁଆ ,ବହଳଦା ବ୍ଳକ ବିଜେଡି ସଭାପତି ହରେକୃଷ୍ଣ ମଣ୍ଡଳ, ବିଶ୍ୱନାଥ ବେଶ୍ରା, ଘାସି ନାଥ, ଅବସରପ୍ରାପ୍ତ ଶିକ୍ଷକ ସେକ ମୁସ୍ତାଫା, ଚନ୍ଦ୍ର ମୋହନ ସୋରେନ, ହରିଶ ଚନ୍ଦ୍ର ମାରାଣ୍ଡୀ, ଡମାନ ମାରାଣ୍ଡିଙ୍କ ସମେତ ବହୁ ସଂଖ୍ୟାରେ ଯୁବ ଛାତ୍ର, ମହିଳା, ଶ୍ରମିକ ଏବଂ ଦଳୀୟ କର୍ମକର୍ତାବୃନ୍ଦ ପଦଯାତ୍ରାରେ ସାମିଲ ହୋଇଥିଲେ । ପ୍ରାରମ୍ଭରେ ପାଶନା ଗ୍ରାମ ଛକରୁ ପଦଯାତ୍ରାଟି ବାହାରି ସମଗ୍ର ପାଶନା ଗ୍ରାମରେ ବୁଲି ହାଟ ପଡ଼ିଆରେ । ଏହି ଅବସର ରେ ସରକାରଙ୍କର ବହୁ ଜନ କଲ୍ୟାଣ ଯୋଜନା ଉପରେ ଲୋକଙ୍କୁ ଅବଗତ କରାଇଥିଲେ ।
