ବାରିପଦା ବ୍ଲକ ଓ ମ୍ୟୁନିସିପାଲିଟି ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
ବାରିପଦା : ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷରେ ବାରିପଦା ବ୍ଲକ ଓ ମ୍ୟୁନିସିପାଲିଟି ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୨ ଅନୁଷ୍ଠିତ ହୋଇଯାଇଛି ଓ ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପ୍ରଭାତୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଉତ୍ସବକୁ ଉଦଘାଟନ କରିଥିବା ବେଳେ, ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ ମୋହନ ମୁର୍ମୁ, ପୂର୍ବତନ ଏବିଇଓ ପ୍ରତିଭା ପାଣିଗ୍ରାହୀ, ଶିକ୍ଷାବିତ ବିଜୟିନୀ ସ୍ୱାଇଁ, ଭାରତୀ ଟୁଡୁ, ତୃପ୍ତି ମହାନ୍ତ, ଦୀପ୍ତି ମହାନ୍ତ, ଚମ୍ପାବତୀ ହାଁସଦା, ରେଖା ମିଶ୍ର ତଥା ବିଶିଷ୍ଟ ଗାୟକ ଓ ଅଭିନେତା ଶାନ୍ତନୁ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ଓ ୧୩ଟି ଆଂଚଳିକ ସାଧନ କେନ୍ଦ୍ରର ପ୍ରାୟ ଦୁଇଶହ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ, ସିନିୟର ଗ୍ରୁପ ବକ୍ତୃତାରେ ବିଦୁସ୍ମିତା ପ୍ରଧାନ, ପ୍ରବନ୍ଧରେ ମେଘାଶିନୀ ମାରାଣ୍ଡି, ଚିତ୍ରାଙ୍କନରେ ବର୍ଷା ବିନ୍ଧାଣି, ଗୀତରେ ନମିତା ମୁର୍ମୁ, କୁଇଜରେ ପ୍ରକାଶ ଚନ୍ଦ୍ର ଗଣ, ତର୍କରେ ଲିଜା ବର୍ଦ୍ଧନ ସୃଜନଶୀଳ ଲିଖନରେ ସୋମବାରୀ ମାରାଣ୍ଡି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜୁନିଅର ଗ୍ରୁପ ଚିତ୍ରାଙ୍କନରେ ଲକ୍ଷ୍ମୀପ୍ରିୟା ସୋରେନ, ସୃଜନଶୀଳ ଲିଖନରେ ଶୁଭଶ୍ରୀ ପାତ୍ର, ଗୀତରେ ଅହଲ୍ୟା ମାରାଣ୍ଡି, କୁଇଜରେ ପର୍ଶୁରାମ ସାହୁ, ହସ୍ତାକ୍ଷରରେ ଅଲିଭା ମହାନ୍ତ, ତର୍କରେ ଶେଖ ଏମଡି ଫାରହନ, ଦିବ୍ୟାଙ୍ଗ ଗ୍ରୁପ ଚିତ୍ରାଙ୍କନରେ ଭାଗ୍ୟଜିତ ମୁଣ୍ଡା ଓ ଗୀତରେ ସନ୍ତୋଷିନୀ ତୁଙ୍ଗ, ଏମଡିଏମ ଚିତ୍ରାଙ୍କନରେ ତପସ୍ୱିନୀ ବାରିକ ଓ କ୍ରାଫ୍ଟରେ ବନ୍ଦିତା ବେହେରା ପ୍ରଥମ ସ୍ଥାନ ତଥା ଶ୍ରେଷ୍ଠ ସାଂସ୍କୃତିକ ଦଳ ଭାବେ ତୁଳସୀଚୌରା କଲୋନୀ ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଓ ପୁରସ୍କାର ବିତରଣୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ଓ ପ୍ରଶାନ୍ତ କୁମାର ମହାନ୍ତି ଯୋଗ ଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଓ ସୋମନାଥ ସିଂହ, ଗୌତମ ଦାସ ଓ ରତ୍ନା ବାନାର୍ଜୀ ମଂଚ ପରିଚାଳନା କରିଥିବା ବେଳେ ସିଦ୍ଧେଶ୍ୱର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ଓ
