ଏମପିସି କଲେଜରେ ଏକତା ପାଇଁ ଦୌଡ କାର୍ଯ୍ୟକ୍ରମ
ବାରିପଦା : ଆସନ୍ତା ୩୧ ତାରିଖ ଏକତା ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ତକତପୁରସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ ଏକ ଏକତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମୁକ୍ତିକାନ୍ତ ପଣ୍ଡା ଯୋଗ ଦେଇ ଏକତାଶକ୍ତିକୁ ଦୃଢ଼ କରିବା ପାଇଁ ପରାମର୍ଶ ଦେଇଛନ୍ତି । ମହାବିଦ୍ୟାୟର ଏନଏସଏସ ର ପ୍ରୋଗ୍ରାମ ଅଫିସର ଡ. ଅନାମ ଚରଣ ରାଉଳ, ଡ. ପ୍ରିୟବ୍ରତ ବେହେରା, ରଂଜନା ରାଣୀ ସିଂ ଓ ଏନସିସି ଅଫିସର ମେଜର ପ୍ରଣବ କୁମାର ମହାପାତ୍ର, ୟୁଥ ରେଡକ୍ରସ ପ୍ରୋଗ୍ରାମ ଅଫିସର ରାଇମନି ମର୍ଣ୍ଡି, ଡ. ପ୍ରଣତି ପଟ୍ଟନାୟକ, ଡ. ହରପ୍ରସାଦ ମହାପାତ୍ର ଏବଂ ରୋଭର ଏଣ୍ଡ ରେଂଜର ର ଅଫିସର ଡ. ଦୀପକ କୁମାର ବେହେରା ଓ ରଶ୍ମିତା ନାଏକ ସହଯୋଗ କରିଥିଲେ । ଏନଏସଏସ, ଏନସିସି, ୟୁଥ୍ ରେଡକ୍ରସ ଏବଂ ରୋଭର ଓ ରେଂଜର ର ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଏକତା ଅଭିମୁଖୀ ଏକତା ପାଇଁ ଦୌଡ ଅନୁଷ୍ଠିତ କାର୍ଯ୍ୟକ୍ରମ ହୋଇଯାଇଛି । ଏହି ରାଲି ମହାବିଦ୍ୟାଳୟର ହଷ୍ଟେଲରୁ ବାହାରି ମହାରାଜା ଶ୍ରୀରାଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟରେ ଶେଷ ହୋଇଥିଲା ।
