ହାଲୋୱିନ୍ ପର୍ବ ବେଳେ ଅଘଟଣ : ଦଳାଚକଟାରେ ୧୪୯ ମୃତ, ୧୦୦ରୁ ଅଧିକ ଆହତ
ସିଓଲ : ହାଲୋୱିନ୍ ପର୍ବ ପାଳନ ବେଳେ ଭିଡ଼ ଅଧିକ ବଢ଼ିବାରୁ ଅଘଟଣ। ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଘଟିଛି ଏହି ଟ୍ରାଜେଡି। ଦଳାଚକଟା ଘଟି ୧୪୯ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୦୦ ଜଣରୁ ଅଧିକ ଆହତ ହୋଇଛନ୍ତି।
ସିଓଲର ଇଟେଓନରେ ହାଲୋୱିନ୍ ପର୍ବ ପାଳନ ଚାଲିଥିଲା। କୋରୋନା ପାଇଁ ଗତ ୨ ବର୍ଷ ଧରି ପାଳନ ହୋଇନଥିବା ବେଳେ ଏଥର ବେଶ୍ ଧୁମ୍ଧାମରେ ପାଳନ ହେଉଥିଲା। ଏହି ପର୍ବରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ଏକ ଗଳି ରାସ୍ତାରେ ଏହି ପର୍ବ ପାଳନ ଚାଲିଥିବା ବେଳେ ଭିଡ ବଢିଥିଲା। ପରେ ଦଳାଚକଟା ଆରମ୍ଭ ହୋଇଥିଲା। ଅତ୍ୟଧିକ ଭିଡରେ ଶ୍ୱାସ ରୁଦ୍ଧ ଅବସ୍ଥା ଯୋଗୁଁ ନିଶ୍ୱାସପ୍ରଶ୍ୱାସ ହଠାତ୍ କିଛି ଲୋକ ଚେତାଶୂନ୍ୟ ହୋଇପଡିଥିଲେ। ୫୦ରୁ ଅଧିକ ଲୋକ ହୃଦ୍ଘାତ ହୋଇଥିଲା । ଦଳାଚକଟା ଯୋଗୁଁ ୧୦୦ରୁ ଅଧିକ ଆହତ ହୋଇଥିଲେ। ଘଟଣାସ୍ଥଳରେ ପୋଲିସ ଓ ଫାୟାର ଟିମ୍ ପହଞ୍ଚି ହୃଦଘାତର ଶିକାର ଲୋକଙ୍କୁ ହସ୍ପିଟାଲ ନେଇଥିଲେ। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ମଧ୍ୟରେ ଅଧିକାଂଶଙ୍କ ବୟ ୨୦ରୁ ୩୦ ବର୍ଷ ମଧ୍ୟରେ ଥିବା ଜଣାପଡିଛି।
