ଜାଣନ୍ତୁ ୪ ଦିନରେ କେତେ କୋଟି ଆଦାୟ କଲାଣି ‘ରାମସେତୁ’
ମୁମ୍ବାଇ : ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ରାମସେତୁ’। ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ ମଚାଉଛି । ପ୍ରଥମ ଦିନର କଲେକସନ ୧୫ କୋଟିରୁ ଅଧିକ କଲେକସନ କରି ଥିବା ବେଳେ ଦ୍ବିତୀୟ ଦିନରେ ମଧ୍ୟ ଫିଲ୍ମଟି ଭଲ ଇନକମ କରିଛି। ଏହି ଆକ୍ସନ ଥ୍ରୀଲର ମୁଭିକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ । ଦୀପାବଳୀ ଅବସରରେ ଗୋଟିଏ ଦିନରେ ‘ରାମସେତୁ’ ଓ ‘ଥ୍ୟାଙ୍କଗଡ’ ରିଲିଜ୍ ହୋଇଛି।
ଅକ୍ଟୋବର ୨୫ ରେ ଫିଲ୍ମଟି ରିଲିଜ୍ ହୋଇଛି । ରାମସେତୁ ରିଲିଜ ହେବା ପର ଠାରୁ ୩୫.୪୦ କୋଟି ଟଙ୍କା ଆୟ କରି ସାରିଲାଣୀ । ବାଣିଜ୍ୟ ବିଶ୍ଳେଷକ ତାରନ୍ ଆଦର୍ଶ ଏ ନେଇ ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି ଯେ, ୨୦୨୨ ମସିହାରେ ସବୁଠୁ ଭଲ ଇନକମ କରିଥିବା ଫିଲ୍ମ ମଧ୍ୟରେ ଦ୍ବିତୀୟ ନମ୍ବରରେ ‘ରାମସେତୁ’ ରହିଛି । ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁଛି । ସେ ଅଭିନେତା ଅକ୍ଷୟ କୁମାରଙ୍କ ପାଇଁ ଲେଖିଛନ୍ତି ଯେ, ଏହି ଅଭିନେତାଙ୍କ ଫିଲ୍ମ, ବକ୍ସ ଅଫିସରେ କମାଲ କରୁଛି । ମଲ୍ଟିପ୍ଲେକ୍ସ ଗୁଡିକରେ ଫିଲ୍ମଟି ଭଲ ବ୍ୟବସାୟ କରୁଛି। ବକ୍ସ ଅଫିସ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଫିଲ୍ମଟି ୧୫ କୋଟି ରୋଜଗାର କରିଥିବା ବେଳେ ବୁଧବାର ୧୧ କୋଟି କଲେକସନ କରିଛି । ସେହିପରି, ଗୁରୁବାର ଫିଲ୍ମଟି ପାଖାପାଖି ୮.୨୫ କୋଟିରୁ ଅଧିକ ରୋଜଗାର କରିଛି । ତେବେ ଫିଲ୍ମଟି ମୋଟ ୪ ଦିନରେ ୩୪.୨୫ କୋଟି ଇନକମ କରିସାରିଲାଣୀ।
ରାମସେତୁ’ ଏକ ଆକ୍ସନ୍ ଏବଂଥ୍ରୀଲର୍ ଫିଲ୍ମ । ଟ୍ରେଲରେ ଦେଖିବାକୁ ମିଳିଥିଲା ଯେ, ଏହି ଦେଶ ରାମଙ୍କ ନାମରେ ଚାଲିଥାଏ। କିନ୍ତୁ ରାମସେତୁକୁ ଭାଙ୍ଗିବା ପାଇଁ ସରକାର ସୁପ୍ରିମକୋର୍ଟଙ୍କ ଅନୁମତି ମାଗିଛନ୍ତି। ଏସବୁ ମଧ୍ୟରେ ଅକ୍ଷୟ କୁମାରଙ୍କୁ ‘ରାମସେତୁ’ର ସନ୍ଧାନରେ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି, ତାହାର ଝଲକ୍ ଟ୍ରେଲରରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ର ‘ରାମସେତୁ’ର କାହାଣୀ ଜଣେ ପ୍ରତ୍ନତତ୍ତ୍ୱବିତଙ୍କ ଉପରେ ଆଧାରିତ। ଅକ୍ଷୟ କୁମାର ଏହି ଚରିତ୍ରରେ ଅଭିନୟ କରିଛନ୍ତି। ତେବେ ରାମସେତୁ ଅଛି କି ନାହିଁ ତା’ର ଅନୁସନ୍ଧାନ ପାଇଁ ତାଙ୍କୁ ପଠାଯାଇଛି।
ଯଦି ଆମେ ଅକ୍ଷୟଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, ତେବେ ତାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । ଅକ୍ଷୟଙ୍କୁ ଶେଷ ଥର ପାଇଁ ଫିଲ୍ମ କଟପୁତଲିରେ ରକୁଲ ପ୍ରିତଙ୍କ ସହ ଦେଖିବାକୁ ମିଳିଥିଲା । ସେହିପରି ଆଗାମୀ ଦିନରେ ଫିଲ୍ମ ବଡେ ମିଆଁ ଛୋଟେ ମିଆଁରେ ସେ ଟାଇଗଲ ସରାଫଙ୍କ ସହ ନଜର ଆସିବେ। ତାଙ୍କ ପାଖରେ ଗୋରଖା ଚଳଚ୍ଚିତ୍ର ମଧ୍ୟ ଅଛି । ରାମସେତୁ ବ୍ୟତିତ ସେ ସେଲଫି, ସୋରାରାଇ,ପୋଟରୁ ରିମେକ୍, ଓମାଇଗଡ ୨, ଜଲିଏଲଏଲବି ୩,ସ୍କାଏଫୋର୍ଟ, ଖେଲ ଖେଲ ମେଁ ଓ ହେରାଫେରି ୩ରେ ନଜର ଆସିବେ । ଚଳିତ ବର୍ଷ ତାଙ୍କ ଫିଲ୍ମ ସମ୍ରାଟ ପୃଥ୍ବୀରାଜ୍ ରିଲିଜ୍ ହୋଇଥିଲା। ଚଳିତ ବର୍ଷ ଜୁନ୍ ୨ରେ ପରଦାକୁ ଆସିଥିଲା। ଫିଲ୍ମର ବଜେଟ ୧୫୦ ୩୦୦ କୋଟି ରହିଥିଲା । ଫିଲ୍ମଟି ବକ୍ସ ଅଫିସରେ ୯୦.୩୨ କୋଟି ରୋଜଗାର କରିଥିଲା। ଫିଲ୍ମରେ ଅକ୍ଷୟଙ୍କ ସହ ନାୟିକା ଭୂମିକାରେ ନଜର ଆସିଥିଲେ ୨୦୧୭ର ମିସ୍ ୱାଲର୍ଡ ମାନୁସୀ ଚ୍ଛିଲ୍ଲର୍ । ଯାହା ଏକ ଐତିହାସିକ କାହାଣୀ ଉପରେ ଆଧାରିତ ହୋଇଥିଲା ।
