ଶରଧାବାଲି ବସଷ୍ଟାଣ୍ଡ ସଫେଇ ଯୋଗଦେଲେ ଜିଲାପାଳ
ପୁରୀ : ଶରଧାବାଲି ବସଷ୍ଟାଣ୍ଡକୁ ବିଭିନ୍ନ ସଂଘ ପକ୍ଷରୁ ସଫେଇ କରାଯାଇଛି । ଏହି କାର୍ଯ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମା ଯୋଗଦେଇ ପର୍ଯ୍ୟଟକ ମାନଙ୍କ ପ୍ରତି ଆତିଥ୍ୟ ବ୍ୟବହାର ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ । ବସ ମାଲିକ ସଂଘ, ବସ କର୍ମଚାରୀ ସଂଘ ଓ ଅଟୋ ଚାଳକ ସଂଘ ପକ୍ଷରୁ ସଫେଇ କରାଯାଇଥିଲା । ମା ତାରିଣୀ ଅଟୋ ଚାଳକ ସଂଘ ପକ୍ଷରୁ ବସଷ୍ଟାଣ୍ଡ ପରିସରରେ ଫୁଲ କଣ୍ଡ ସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ , ଜିଲ୍ଲା ପରିବହନ ଅଧିକାରୀ ରବୀନ ପଟ୍ଟନାୟକ,ୱାଟକୋର ଭବାନି ଶଙ୍କର ମହାନ୍ତିଙ୍କ ସହ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ବସଷ୍ଟାଣ୍ଡର ନବୀକରଣ ସମ୍ପର୍କରେ ପ୍ରଶାସନ ଓ ସଂଘ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆସୋସିଏସନ ଅଫ ଟୁଇଟର ଆକ୍ଟିଭିଷ୍ଟ (ଆଟା) ସଦସ୍ୟମାନେ ପରିଚାଳନା କରିଥିଲେ ।
