ବାରିପଦା:ବାରିପଦା ବ୍ଲକ ଅନ୍ତର୍ଗତ ଗୁଞ୍ଜୁସାହି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ସ୍ଥାନୀୟ ରାଣୀଭୋଳ ଏସ୍.ଏସ୍.ଡି. ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକମନୋଙ୍କ ପରିବେଶରେ ସିଆରସିସି ଗୀତିକା ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମହୋତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଏବଂ ପ୍ରବଚକ ଭାଗବତ ପଣ୍ଡା ମୁଖ୍ୟ ଅତିଥି, ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ବିଶେଷ ଅତିଥି, ଉତ୍ସବ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦୀପକ କୁମାର ସେଠୀ ସମ୍ମାନିତ ଅତିଥି, ଶଙ୍କାଭଙ୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍ୱାଧୀନ କୁମାର ମିଶ୍ର ମୁଖ୍ୟବକ୍ତା, ଶିକାରୀଘାଟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଞ୍ଜଞ୍ଜର ପ୍ରଧାନଶିକ୍ଷକଞ୍ଜଞ୍ଜ ଇନ୍ଦିରା ବାନାର୍ଜୀ ତଥା ରଙ୍ଗାମାଟିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁଶୀଳା ପଣ୍ଡା, ଅନ୍ୟତମ ବକ୍ତାଭାବରେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଣ୍ଡା ତାଙ୍କ ବକ୍ତବ୍ୟରେ ପିଲାମାନଙ୍କ ଭିତରେ ଏକ ସମ୍ଭାବନାମୟ ଭବିଷ୍ୟତ ଥିବାବେଳେ ସେମାନେ ନିଜର ପ୍ରତିଭାର ବିକାଶ ପାଇଁ ଏହା ଏକ ସୁଯୋଗ ବୋଲି ଅଭିହିତ କରି ସ୍ୱାମୀବିବେକାନନ୍ଦଙ୍କ ଠାରୁ ଆରମ୍ଭ କରି ସତୀ ଅନସୂୟା ପ୍ରଭୃତିଙ୍କର ଉଦାହରଣ ପ୍ରଦାନ କରିଥିଲେ । ମଞ୍ଚାସିନ ସମସ୍ତ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ପରିସ୍ଫୁଟନ ପାଇଁ ସୁରଭି କାର୍ଯ୍ୟକ୍ରମ ଗଣଶିକ୍ଷା ବିଭାଗର ଏକ ସୁନ୍ଦର କାର୍ଯ୍ୟକ୍ରମ ବୋଲି ଅଭିହିତ କରି ଛାତ୍ରଛାତ୍ରୀମାନେ ଏଥିରେ ଆଗ୍ରହୀ ହେବା ଉଚିତ୍ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ପାଖାପାଖି ୧୦୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।
Post Views: 32,637