ଓଡ଼ିଶା କଳା ଓ କ୍ରୀଡା ଶିକ୍ଷକ ସଂଘର ଗଣଧାରଣା
ଭୁବନେଶ୍ୱର : ଆଜି ଲୋୟର ପି.ଏମ୍.ଜି. ଠାରେ ଓଡ଼ିଶା କଳା ଓ କ୍ରୀଡା ଶିକ୍ଷକ ସଂଘ ତରଫରୁ ଏକ ବିଶାଳ ରାଲିରେ ସବୁ ଜିଲ୍ଲାରୁ ‘ପାର୍ଟ-ଟାଇମ୍’ ସ୍କିମ୍ରେ ନିଯୁକ୍ତି ପାଇଥିବା ଶିକ୍ଷକ / ଶିକ୍ଷୟିତ୍ରୀମାନେ ନିୟମିତ ଶିକ୍ଷକ ମାନ୍ୟତା ପାଇବା ପାଇଁ ଆନ୍ଦୋଳନ କରିଥିଲେ । ମାସକୁ ମାତ୍ର ୫ ହଜାର ଟଙ୍କା ଦରମାରେ ନିଯୁକ୍ତି ପାଇଥିବା ପାର୍ଟ ଟାଇମ୍ ଶିକ୍ଷକମାନେ ଦିବା ୧୦ ଘଟିକାରୁ ୪ ଘଟିକା ପର୍ଯ୍ୟନ୍ତ ସ୍କୁଲ୍ମାନଙ୍କରେ ପିଲାଙ୍କୁ ଗୀତ, ନାଚ ଶିଖାଇବା ସହ କ୍ରୀଡା ଏବଂ ପାଠ ପଢାଇବାକୁ ପଡୁଥିବାର ଏବଂ ପାର୍ଟ ଟାଇମ୍ ଶବ୍ଦ ବ୍ୟବହାର ହେଉଥିବାରୁ ଆମର ସମ୍ମାନ ହାନି ସହ କମ୍ ଦରମାରେ କେମିତି ଚଳିବୁ ବୋଲି ପ୍ରଶ୍ନ କରିବା ସହ ସରକାର ଆମକ ମାରି ଦିଅନ୍ତୁ ବୋଲି କ୍ଷଭୋଭରା କଣ୍ଠରେ କହିଛନ୍ତି ଶିକ୍ଷୟିତ୍ରୀ ସତ୍ୟଜିତା ରାଉତ । ସେହିଭଳି ଆମେ ଦୀର୍ଘ ୨୦୧୩ ମସିହାରୁ ବାରମ୍ବାର ଆନ୍ଦୋଳନ କରିଆସୁଅଛୁ, ହେଲେ ସରକାର ଆମକୁ ସ୍କିମ୍ ଚାକିରୀ କରି ଆମ ଦାବି ଶୁଣୁନାହାନ୍ତି । ବାରମ୍ବାର ମିଥ୍ୟା ପ୍ରତିଶ୍ରତି ଦେଇ ଠକୁଥିବା ବେଳେ ଏ ସରକାର କ’ଣ ୫ ହଜାରରୁ ଊର୍ଦ୍ଧ୍ୱ କ୍ରୀଡା ଓ କଳା ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାପାଇଁ ଅସମର୍ଥ କି ବୋଲି ପ୍ରଶ୍ନ କରିଛନ୍ତି ସଂଘର କାର୍ଯ୍ୟକାରୀ ସଭାପତି ମାନସ କୁମାର ମହାନ୍ତି । ସରକାର ଯଦି ପାର୍ଟ-ଟାଇମ୍ ଶବ୍ଦ ଉଚ୍ଛେଦ ନ କରନ୍ତି ଓ ଆମକୁ ସ୍ଥାୟୀ ନିଯୁକ୍ତି ନ ଦିଅନ୍ତି, ତେବେ ଆମେ ସବୁ କଳା ଓ କ୍ରୀଡା ଶିକ୍ଷକମାନେ ପରିବାର ସହ ରାଜରାସ୍ତାରେ ଆମରଣ ଅନଶନ କରିବୁ ବୋଲି ଚେତାବନି ଦେଇଛନ୍ତି କାର୍ଯ୍ୟକାରୀ ସଭାପତି ମାନସ କୁମାର ମହାନ୍ତି ।
