ଅଷ୍ଟମ ପ୍ରହର ଶ୍ରୀନାମସଂକୀର୍ତ୍ତନ ଓ ମହୋତ୍ସବ ଉଦଯାପିତ।
ବାଲିଆପାଳ : ବାଲିଆପାଳ ବ୍ଲକ ନିଖିରା ପଞ୍ଚାୟତ ଅଧିନସ୍ଥ ବାବା ନିଖିରେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ମା’ ଜଗତଜନନୀ ଦକ୍ଷିଣା କାଳୀଙ୍କର ପୂଜୋତ୍ସବ ଅବସରରେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଅଷ୍ଟମ ପ୍ରହର ଶ୍ରୀନାମସଂକୀର୍ତ୍ତନ ଓ ମହୋତ୍ସବ ଉଦଯାପିତ ହୋଇଯାଇଛି ।ବୁଧବାର ଅଧିବାସ ପରେ ନାମସଂକୀର୍ତ୍ତନ ଆରମ୍ଭ ସହିତ ମେଳି କାର୍ଯ୍ଯକ୍ରମ ଓ ଅବତାର ମହିରାବଣ ବଧ ପରିବେଷଣ ହୋଇଥିଲା ।ଗୁରୁବାର ଭଜନ ଏବଂ ନୃତ୍ଯ ପରିବେଷଣ ହୋଇଥିଲା । ସଂନ୍ଧ୍ୟାରେ ମେଳି କାର୍ଯ୍ଯକ୍ରମ ଓ ରାବଣ ବଧ ଓ ଲଙ୍କାପୋଡି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ମହା ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ନିଖିରା ସମେତ ଆଖ ପାଖ ପଞ୍ଚାୟତରୁ ହଜାର ହଜାର ଜନସାଧାରଣ ପ୍ରସାଦସେବନ କରିଥିଲେ । ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ମହୋତ୍ସବର ଉଦଯାପନୀ ଦିବସରେ ରାଜ୍ୟ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ଯକାରୀ ସଭାପତି ନାରୀ ନେତ୍ରୀ ସୁବାସିନୀ ଜେନା ଯୋଗଦେବା ସହିତ ଉପସ୍ଥିତ କର୍ମକର୍ତ୍ତା, ଦର୍ଶକ ଓ ଶ୍ରଦ୍ଧାଳୁଙ୍କୁ ଉତ୍ସାହିତ କରିବା ସହିତ ଏହି କାର୍ଯ୍ଯକ୍ରମକୁ ଉପଭୋଗ କରିବା ପାଇଁ ସାମିଲ ହୋଇଥିଲେ ଏବଂ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା ପାଇଁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଠାରେ ଆଶୀର୍ବାଦ ଭିକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲିଆପାଳ ବ୍ଲକ୍ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସ, ବ୍ଲକ୍ ମହିଳା ସଭାପତି ତଥା ପ୍ରତାପପୁର ସରପଞ୍ଚ କସ୍ତୁରୀବାଳା ପାତ୍ର, ୨୧ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ସୁନିଲ ଜେନା, ୨୨ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠୀ, ନିଖିରା ପଞ୍ଚାୟତ ସରପଞ୍ଚ ଅଂଜନ କୁମାର ଗିରି, ସମିତି ସଭ୍ୟା ଗାୟତ୍ରୀ ମାଣିକ ,ନାଏବ ସରପଞ୍ଚ ଭାରତୀ ଅଣ୍ତିଆ,ଜିଲ୍ଲା ଯୁବ ସମ୍ପାଦକ ଉଜ୍ଜଳ କୁମାର ଗିରି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ଯକ୍ରମଗୁଡିକୁ ନିଖିରେଶ୍ବର ସାର୍ବଜନୀନ କାଳୀପୂଜା ଓ ମହୋତ୍ସବ କମିଟିର ସଦସ୍ଯ,ସଦସ୍ୟା ମାନେ ତଥା ଗ୍ରାମବାସୀମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ଯକ୍ରମକୁ ଉପଭୋଗ କରିବା ପାଇଁ ନିଖିରେଶ୍ବର ପୀଠରେ ବହୁ ଭିଡ ପରିଲକ୍ଷିତ ହୋଇଥିଲା ।
