କାଣ୍ଡଗୋଦା ଲୁଣା ନଦୀବନ୍ଧ ପରିଦର୍ଶନ କଲେ ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀ
ପୁରୀ : କାଣ୍ଡଗୋଦା ଗ୍ରାମପଞ୍ଛାୟତ ନିକଟ ଲୁଣା ନଦୀବନ୍ଧ ନିର୍ମାଣ କାର୍ଯ୍ୟକୁ ପୁରୀ ଜଳସେଚନ କାର୍ଯ୍ୟାଳୟର ଅଧୀକ୍ଷଣ ଯନ୍ତ୍ରୀ ରତ୍ନାକର ଦଳାଇ ପରିଦର୍ଶନ କରିବା ସହ ମଜଭୁତ କାମ କରିବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗୁରୁବାର ଦିନ ପଞ୍ଛାୟତର ସରପଞ୍ଛ କାମଦେବ ରାଉତରାୟ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଅଭିଯୋଗ କରିଥିଲେ । ମାର୍କଣ୍ଡପଡ଼ା ବ୍ରିଜ୍ ଠାରୁ ମନ୍ଦିର ପର୍ଯ୍ୟନ୍ତ ଲୁଣା ନଦୀବନ୍ଧ କାମ ଯୋରସୋରେ ଆଗେଇ ଚାଲିଛି । ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କୁ ଶ୍ରୀ ଦଳାଇ ଏହି କାର୍ଯ୍ୟ ସମ୍ପର୍କରେ ସବିଶେଷ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ପାଇବା ପରେ ଅଧୀକ୍ଷଣ ଯନ୍ତ୍ରୀ ଘଟଣା ସ୍ଥଳକୁ ଯାଇଥିବାରୁ ଗ୍ରାମବାସୀମାନେ ଖୁସିବ୍ୟକ୍ତ କରିଥିଲେ । ସେହିପରି ଆଜି ଶୁକ୍ରବାର ଦିନ ପୂର୍ବାହ୍ନରେ ବାଲିପଡ଼ା ପଞ୍ଛାୟତର ବାଙ୍ଗୁରୁବା ଗ୍ରାମର ନେତୃ ସ୍ଥାନୀୟ ବ୍ୟକ୍ତି ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଦେଖାକରି ନଦୀରେ ପାଣି ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ଚନ୍ଦନପୁର ଭାର୍ଗବୀ ନଦୀ ଚେକଗେଟରେ ଅଧିକ ବାଲି ଅଖା ପକାଇ ପାଣି ଅଟକାଇଲେ ଚାଷ ଜମିକୁ ଚାଷିମାନେ ପାଣି ମନାଇ ପାରିବେ । ଯାହାଫଳରେ ୨ ହଜାର କ୍ଟେର ଜମିରେ ଧାନ ଫସଲ ଧୋଡ଼ୁଓ ବାହାରି ପାଚିବା ପୂର୍ବରୁ ପାଣି ପାଇଲେ ହୃଷ୍ଟପୃଷ୍ଟ ଧାନ ହେବ ବୋଲି ଗ୍ରାମବାସୀମାନେ ମତ ଦେଇ ଦେଇଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ଗଙ୍ଗାଧର ସ୍ୱାଇଁ,କ୍ଷେତ୍ରମୋହନ ପରିଡ଼ା, ସୋମନାଥ ପ୍ରହରାଜ ସମେତ ୧୫ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ସାକ୍ଷାତ ପାଇଁ ଯାଇଥିଲେ ।
