ଭାଲୁ ଆକ୍ରମଣରେ ଯୁବକ ଆହତ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧିନ ଗରଡି ପଞ୍ଚାୟତ ଟିଆକଟା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି । ଏହି ଗ୍ରାମର ରାଜେଶ ସିଂ (୪୧) ନାମକ ଯୁବକ ଗୋରୁ ଚରାଉଥିବା ବେଳେ ଦୁଇଟି ଛୁଆକୁ ଧରି ମା’ ଭାଲୁ ଜଙ୍ଗଲକୁ ଫେରୁଥିବା ବେଳେ ଆତର୍କିତ ଆକ୍ରମଣ କରିଥିଲା । ରାଜେଶ ଚିତ୍କାର କରିବାରୁ ପାଖରେ ଥିବା କିଛି ଅଞ୍ଚଳବାସୀ ପହଞ୍ଚି ଯିବାରୁ ଭାଲୁଟି ଛାଡ଼ି ପଳାଇ ଯାଇଥିଲା । ତାଙ୍କ ଜଙ୍ଘରେ ଗଭୀର କ୍ଷତ ହୋଇଥିବା ବେଳେ ପରିବାର ଲୋକେ ତାଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
