୩୩ନଂ ୱାର୍ଡରେ ବିଜେଡ଼ିର ଜନ ସଂପର୍କ ପଦଯାତ୍ରା
ବ୍ରହ୍ମପୁର : ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡ଼ି ଜଣ ସଂପର୍କ ପଦଯାତ୍ରା । ଏହି କ୍ରମେ ଆଜି ବ୍ରହ୍ମପୁର ମହାନଗର ବିଜେଡ଼ି ପକ୍ଷରୁ ୩୩ ନଂ ୱାର୍ଡରେ ଏହି ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ୩୩ନଂ ୱାର୍ଡ କର୍ପୋରେଟର ବି ପୁଷ୍ପାବତୀଙ୍କତ୍ୱତ୍ତାବଧାନରେ ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମରେ ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ,କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗ ଦେଇ ଉକ୍ତ ପଦଯାତ୍ରା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର ଶ୍ରୀନିବାସ ରାଓ,ମହାନଗର ଯୁବ ସଭାପତି ଅଜିତ୍ କୁମାର ପଣ୍ଡା, ଛାତ୍ର ସଭାପତି ଶୋଭନ ନାୟକ,କର୍ପୋରେଟର ସୁରେନ୍ଦ୍ର ମହାରଣା,ଦୁର୍ଗା କୁମାର ଲାୟକ,ତ୍ରିପାଟି ପାତ୍ର, ଜାମୁଲା ଶ୍ରୀନୁ, ମଳୟ ବିଷୋୟୀ, ସମୀର ମିଶ୍ର,ସଞ୍ଜୀବ ପାଣିଗ୍ରାହୀ,ତେଜେଶ୍ୱର ସ୍ୱାମୀ, ସ୍ୱର୍ଣ୍ଣଲତା ସାବତ,ପୁର୍ବତନ କର୍ପୋରେଟର ଅନିଲ ନାୟକ , ଭଗବାନ ଗନ୍ତାୟତଦୁର୍ଗା, ପ୍ରସାଦ ପଣ୍ଡା,ଯୁବ ବିଜେଡ଼ି ରାଜ୍ୟ ସମ୍ପାଦକ ନଳିନୀକାନ୍ତ ଦେବଦର୍ଶୀ,ଆଇନଜୀବୀ ତାପସ କୁମାର ସାହୁ,ରାଜେଶ୍ ପଟ୍ଟନାୟକ,ସୁଦୀର ରାଉତ, ନେତାଜୀ ପାତ୍ରଙ୍କ ସମେତ ବିଜେଡିର ଶତାଧିକ କର୍ମୀମାନେ ଏହି ଅଭିଯାନରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇଥିଲେ । ପରେ ଅଯୋଧ୍ୟା ନଗର ଜଗନ୍ନାଥ କଲ୍ୟାଣ ମଣ୍ଡପ ନିକଟରେ ଏକ ସଭାର ଆୟୋଜନ ହୋଇଥିଲା ।ଏଠାରେ ବିଧାୟକ, ମେୟର,ବହୁ ବରିଷ୍ଠ ନେତା,କର୍ପୋରେଟର ରାଜ୍ୟ ସରକାରଙ୍କ ଶିକ୍ଷା,ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ଯୋଜନା, ଯୁବକ ଯୁବତୀ ନିଯୁକ୍ତି ଯୋଜନା, ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରି ନିଜ ବକ୍ତବ୍ୟ ରଖିଥିଲେ ।
