ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ତାଲିମ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଆଜି ବାରିପଦା ପ୍ରୟାସ ସଭାଗୃହରେ ଜିଲ୍ଲାର ଜାତୀୟ ସେବା ଯୋଜନା ଏବଂ ନେହେରୁ ଯୁବ କେନ୍ଦ୍ରର ସ୍ୱେଛାସେବୀ ମାନଙ୍କ ପାଇଁ ଶିଶୁ ସୁରକ୍ଷା ସମ୍ପର୍କରେ ଏକ ଦିବସୀୟ ତାଲିମ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ଓ ଏହି କାର୍ଯ୍ୟକ୍ରମକୁ ମୟୁରଭଂଜ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିବା ସହିତ ଶିଶୁ ସୁରକ୍ଷା ଦିଗରେ ଜାତୀୟ ସେବା ଯୋଜନା ଏବଂ ନେହେରୁ ଯୁବ କେନ୍ଦ୍ରର ସ୍ୱେଛାସେବୀ ମାନଙ୍କ ଭୂମିକା ସମାଜରେ ଅତି ଗୁରୁତ୍ୱପୂର୍ଣ ବୋଲି କହିଥିଲେ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତା ମୟୀ ବିଶ୍ୱାଳ ସଭା ପରିଚାଳନା କରିବା ସହ ସ୍ୱେଛାସେବୀ ମାନେ ସମାଜରେ ଶିଶୁ ସୁରକ୍ଷା ସମ୍ପର୍କରେ କିପରି କାର୍ଯ୍ୟ କରିବେ ସେ ବିଷୟରେ ବିଶଦ ଆଲୋଚନା କରିଥିଲେ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପରାମର୍ଶଦାତା ଦିଲୀପ କୁମାର ପଣ୍ଡା ଶିଶୁ ଅଧିକାର , ଶିଶୁ ସୁରକ୍ଷା ସମ୍ପର୍କୀତ ବିଧି ବ୍ୟବସ୍ଥା ବିଷୟରେ ତାଲିମ ପ୍ରଦାନ କରିଥିଲେ । ଆଇନ ପ୍ରବେଶନ ଅଧିକାରିଣୀ ବବିତା ସାହୁ ଯୌନ ଶୋଷଣରୁ ଶିଶୁଙ୍କୁ ସୁରକ୍ଷା ଆଇନ ୨୦୧୨ ସମ୍ପକରେ ତାଲିମ ଦେଇଥିଲେ ଓ ଏଚ.ଆର.ପି.ସି ଡିଏସପି ସବିତା ମାଝି ଆଇନ ପରିସର ଭୁକ୍ତ ଶିଶୁ ଏବଂ ପିଡିତା ମାନଙ୍କ ପାଇଁ ରହିଥିବା ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିବା ବେଳେ, ଶିଶୁ ମଙ୍ଗଳ ସମିତି ର ସଦସ୍ୟା ଭାସ୍ୱତୀ ବାରିକ, ଅରମାସର ଡେପୁଟି ସି.ଇ. ବିମାନ ମଲ୍ଲ, ସମଗ୍ର ଶିକ୍ଷା ଅଭିଯାନ ର ଆଦିବାସୀ ସଂଯୋଜକ ଶ୍ରୀ ସପନ କୁମାର ପୃଷ୍ଟି , ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଅଶୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବାଲ୍ୟ ବିବାହ ଆଇନ ୨୦୦୬ଏବଂ ଶିଶୁ ମାନଙ୍କ ପାଇଁ ରହିଥିବା ବିଭିନ୍ନ ଆଇନ ଓ ସୁବିଧା ସୁଯୋଗ ବାବଦରେ ଆଲୋଚନା କରିଥିଲେ । ଏଥିରେ ଜିଲ୍ଲାର ବାରିପଦା ମହାବିଦ୍ୟଳୟ, ଶ୍ରୀମା ମହାବିଦ୍ୟାଳୟ ଓ ବିବି ମହାବିଦ୍ୟାଳୟ ର ଏନ.ଏସ.ଏସ. ପ୍ରୋଗ୍ରାମ ଅଫିସର ମାନଙ୍କ ସହିତ୧୦୦ରୁ ଉର୍ଦ୍ଧ ସ୍ୱେଚ୍ଛାସେବୀ ଉପସ୍ଥିତ ଥିବା ବେଳେ, ମୟୁରଭଂଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କୋଷାଧ୍ୟକ୍ଷ ବ୍ରଜ କିଶୋରେ ଖୁଂଟିଆ, ଏଡଇଓ ଚନ୍ଦ୍ର ଶେଖର ମହାପାତ୍ର , ଅଜିତ କୁମାର ଦେ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ
