ନନ୍ଦନକାନନରେ ପ୍ରେମା ହାତୀ ଅସୁସ୍ଥ
ଭୁବନେଶ୍ୱର : ନନ୍ଦନକାନନରେ ପ୍ରେମା ହାତୀ ଅସୁସ୍ଥ । ହାତୀକୁ କ୍ରେନ ମାଧ୍ୟମରେ ନନ୍ଦନକାନନ କର୍ତ୍ତୃପକ୍ଷ ଉଠାଇବାକୁ ପ୍ରୟାସ କରୁଛନ୍ତି । ବିଶେଷଜ୍ଞ ଦଳ ତାର ଚିକିତ୍ସା କରୁଥିବା ନନ୍ଦନକାନନ ନିର୍ଦ୍ଦେଶକ କହିଛନ୍ତି । ସେହିପରି ଗତ କିଛିଦିନ ତଳେ ମଧ୍ୟ ପ୍ରେମା ହାତୀ ଅସୁସ୍ଥ ହୋଇପଡିଥିଲା । ନଖରେ ଆଘାତ ଥିବାରୁ ହାତୀଟି ଅସୁସ୍ଥ ହୋଇ ପଡିଥିଲା ।
ଅନ୍ୟପକ୍ଷରେ ଗତ କିଛିଦିନ ପୂର୍ବେ ହାତୀ ବାସନ୍ତୀ ମଧ୍ୟ ପଡିଯିବାରୁ ଅସୁସ୍ଥ ହୋଇ ଚିକିତ୍ସାଧିନ ଅଛି । ଅସୁସ୍ଥ ବାସନ୍ତି ହାତୀର ବୟସ ୫୯ ହୋଇଥିବାବେଳେ ପ୍ରେମାର ବୟସ ୬୦ ବର୍ଷ ।
