ଟି-୨୦ ବିଶ୍ବକପ୍ରେ ଏକାଧିକ କୀର୍ତ୍ତିମାନ କଲେ ରୋହିତ ଶର୍ମା
India's captain Rohit Sharma leaves the field at the end of the Asia Cup Twenty20 international cricket Super Four match between India and Sri Lanka at the Dubai International Cricket Stadium in Dubai on September 6, 2022. (Photo by SURJEET YADAV / AFP) (Photo by SURJEET YADAV/AFP via Getty Images)
ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ବକପ୍ରେ ରୋହିତ ଶର୍ମା ପ୍ରଥମ ଥର ପାଇଁ ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି। ୨୦୦୭ ବିଶ୍ବକପ୍ର ପ୍ରାରମ୍ଭିକ ସଂସ୍କରଣରେ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନରେ ଖେଳିଥିବା ଏହି ମୁମ୍ବାଇ ବ୍ୟାଟର ଏହା ମଧ୍ୟରେ ଏକାଧିକ କୀର୍ତ୍ତିମାନର ଅଧିକାରୀ ହୋଇସାରିଲେଣି। ଏବେ ଅଧିନାୟକ ଭାବେ ଅଷ୍ଟ୍ରେଲିଆରେ ବି କିଛି ନୂଆ କରିବା ଲକ୍ଷ୍ୟରେ ରୋହିତ ଆସିଥିବା ବେଳେ ୧୫ ବର୍ଷ ପରେ ଭାରତକୁ ଦ୍ବିତୀୟ ଆଇସିସି ଟ୍ବେଣ୍ଟି-୨୦ ଟ୍ରଫି ଜିତାଇବା ତାଙ୍କର ଲକ୍ଷ୍ୟ ରହିଛି।
ଟି-୨୦ ବିଶ୍ବକପ୍ରେ ସର୍ବାଧିକ ମ୍ୟାଚ୍ ଖେଳିବାର କୀର୍ତ୍ତିମାନ ରୋହିତଙ୍କ ନାମରେ ରହିଛି। ବର୍ତ୍ତମାନ ଖେଳୁଥିବା ବିଭିନ୍ନ ଦଳର ଖେଳାଳିଙ୍କ ଭିତରୁ ରୋହିତଙ୍କୁ ମିଶାଇ ମୋଟ ୪ ଜଣ ୨୦୦୭ ପ୍ରଥମ ସଂସ୍କରଣରେ ଖେଳିଛନ୍ତି। ତେବେ ସମସ୍ତ ୭ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଖେଳିଥିବା କୀର୍ତ୍ତିମାନ ରୋହିତ ଓ ବାଂଲାଦେଶର ସାକିବ୍ ଅଲ୍ ହାସନ୍ଙ୍କ ନାମରେ ରହିଛି। ସର୍ବାଧିକ ମ୍ୟାଚ୍ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ରୋହିତ (୩୪) ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୩୩)ଙ୍କୁ ଟପିଯାଇଛନ୍ତି।
ବିଶ୍ବକପ୍ରେ ରୋହିତ ଭାରତୀୟ ଖେଳାଳିଙ୍କ ଭିତରେ ସବୁଠୁ ଅଧିକ କ୍ୟାଚ୍ ଧରିଥିବା ଖୁବ୍ କମ୍ ଲୋକ ଜାଣିଛନ୍ତି। ତାଙ୍କର ୩୪ ମ୍ୟାଚ୍ ମଧ୍ୟରେ ସେ ସବୁଠୁ ଅଧିକ ୧୫ କ୍ୟାଚ୍ ନେଇଛନ୍ତି। ଯଦି ଚଳିତ ବିଶ୍ବକପ୍ରେ ସେ ଆଉ ୮ଟି କ୍ୟାଚ୍ ଧରିପାରିବେ, ତାହେଲେ ଏବି ଡିଭିଲିୟର୍ସଙ୍କୁ ଟପି ବିଶ୍ବର ସର୍ବାଧିକ କ୍ୟାଚ୍ ଧରାଳି ହୋଇପାରିବେ। ଡିଭିଲିୟର୍ସ ୩୦ ମ୍ୟାଚ୍ରେ ୨୩ କ୍ୟାଚ୍ ଧରି ଏହି ତାଲିକାର ଶୀର୍ଷରେ ଅଛନ୍ତି।
