ଭାରତ ପାଇଁ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ବିଜୟ ଗୁରୁତ୍ୱପୂର୍ଣ୍ଣ ! ଜାଣନ୍ତୁ କାହିଁକି ଓ ଏହାର ବଡ଼ କାରଣ
ସିଡନୀ : ପାକିସ୍ତାନ ମୁହଁରୁ ବିଜୟ ଛଡ଼ାଇ ଆଣିଥିବା ଟିମ୍ ଇଣ୍ଡିଆକୁ ଏବେ ଟି-୨୦ ବିଶ୍ୱକପରେ ନେଦରଲ୍ୟାଣ୍ଡ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବାକୁ ପଡ଼ିବ । ଏହି ମ୍ୟାଚ୍ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ ଓ ଅବଶ୍ୟ ଏହି ମ୍ୟାଚରେ ଭାରତର ବିଜୟକୁ ନିଶ୍ଚିତ ମାନାଯାଉଛି । କିନ୍ତୁ ଛୋଟ ଦଳ ଗୁଡିକ ଯକୌଣସି ସମୟରେ ଝଟକା ଦେଇ ପାରନ୍ତି । ନିକଟରେ ବିରାଟ କୋହଲିଙ୍କ ମ୍ୟାଜିକାଲ୍ ବ୍ୟାଟିଂ ଓ ଦ୍ରୁତ ବୋଲରଙ୍କ ଶକ୍ତିରେ ଭାରତ କିପରି ପାକିସ୍ତାନକୁ ପରାସ୍ତ କରିଛି, ତାହା ଦେଖି ରୋହିତଙ୍କ ଏହି ଦଳ ଅତ୍ୟନ୍ତ ବିପଜ୍ଜନକ ଦେଖାଯାଉଛି । ତେବେ ନେଦରଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆକୁ ପୁଣି ଥରେ ଭଲ କ୍ରିକେଟ୍ ଖେଳିବାକୁ ପଡିବ, କାରଣ ଗୋଟିଏ ଭୁଲ ଅନେକ କିଛି ପରିବର୍ତ୍ତନ କରିପାରେ ।
ଏବେ ପ୍ରଶ୍ନ ହେଉଛି ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ଏହାର କିଛି ଖେଳାଳିଙ୍କୁ ବିଶ୍ରାମ ଦେବ କି? ଟିମ୍ ଇଣ୍ଡିଆ ନିଜ ପ୍ଲେଇଂ ଇଲେଭେନରେ କିଛି ପରିବର୍ତ୍ତନ ଆଣିବ କି? ଏହି ପ୍ରଶ୍ନଗୁଡିକର ଉତ୍ତର ନାଁ’ ଦେଖାଯାଏ, କାରଣ ଏହି ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କହିରଖୁଛୁ ଯେ ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଏହି ମ୍ୟାଚ୍ କାହିଁକି ଗୁରୁତ୍ୱପୂର୍ଣ୍ଣ? ଯାକୌଣସି ପ୍ରକାରରେ ଭାରତକୁ କାହିଁକି ଏହି ମ୍ୟାଚ୍ ଜିତିବା ଜରୁରୀ?
ଟି-୨୦ ବିଶ୍ୱକପ ଏକ ବଡ଼ ଟୁର୍ଣ୍ଣାମେଣ୍ଟ ଓ ଏହାକୁ ଜିତି ଦଳ ଲୟରେ ରହିବା ଜରୁରୀ ଅଟେ । ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ୍ ଜିତିଛି । ଏହି ବିଜୟ ପାକିସ୍ତାନ ବିପକ୍ଷରେ ଆସିଛି କିନ୍ତୁ ଶେଷ ବଲରେ ଏହା ହାସଲ କରାଯାଇଛି । ଏଭଳି ପରିସ୍ଥିତିରେ ଭାରତୀୟ ଦଳ ଏହାର ପ୍ରଦର୍ଶନକୁ ଉନ୍ନତ କରିବା ଆବଶ୍ୟକ କରେ, ଯାହା ଦ୍ୱାରା ଏକପାଖିଆ ବିଜୟ ହାସଲ କରି ରନରେଟକୁ ସୁଧାରି ପାରିବ, କାରଣ ରନରେଟ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ ।
ଟିମ୍ ଇଣ୍ଡିଆକୁ ମନେ ରଖିବାକୁ ହେବ ଯେ ପ୍ରତ୍ୟେକ ମ୍ୟାଚ୍ ସେମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଟି-୨୦ ବିଶ୍ୱକପ୍ ୨୦୨୨ ରେ ପାଣିପାଗର ପ୍ରଭାବ ଅଧିକ ଦେଖାଯାଉଛି । ଟୁର୍ଣ୍ଣାମେଣ୍ଟରେ ବର୍ଷା ଯୋଗୁଁ ଦକ୍ଷିଣ ଆଫ୍ରିକାକୁ ପଏଣ୍ଟ ସେୟାର କରିବାକୁ ପଡିଛି ଓ ଇଂଲଣ୍ଡକୁ ପରାଜୟର ସାମ୍ନା କରିବାକୁ ପଡିଛି । ଭାରତୀୟ ଦଳ ପାଇଁ ମ୍ୟାଚରେ ଏଭଳି ପରିସ୍ଥିତି ଆସିପାରେ, ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ପାଇଁ ପ୍ରତ୍ୟେକ ମ୍ୟାଚ୍ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଭାରତୀୟ ବ୍ୟାଟିଂ ୟୁନିଟ୍ ବହୁତ ଫିଟ୍ କିନ୍ତୁ ଚିନ୍ତାର ବିଷୟ ହେଉଛି ରୋହିତ ଶର୍ମାଙ୍କ ଫର୍ମ । ରୋହିତ ଶର୍ମା ପାକିସ୍ତାନ ବିପକ୍ଷରେ ବଲ୍କୁ ଡିଫେନ୍ସ କରିବାକୁ ଯାଇ ଆଉଟ ହୋଇଥିଲେ । ଏଭଳି ପରିସ୍ଥିତିରେ ନେଦରଲ୍ୟାଣ୍ଡ ବିପକ୍ଷରେ ରୋହିତଙ୍କୁ ଫର୍ମରେ ଫେରିବାକୁ ପଡ଼ି ବ। ଗତ ୧୦ଟି ମ୍ୟାଚ୍ରେ ରୋହିତ ଶର୍ମା ଗୋଟିଏ ଟି-୨୦ ଅର୍ଦ୍ଧଶତକ ଲଗାଇ ନାହାଁନ୍ତି । ଏହା ସ୍ପଷ୍ଟ ଯେ ଆଗାମୀ ବଡ ମ୍ୟାଚ୍ ପୂର୍ବରୁ ତାଙ୍କୁ ରନ୍ ସ୍କୋର କରି ଫର୍ମକୁ ଫେରିବାକୁ ପଡିବ ।
ଡେଥ ଓଭର ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ପାଲଟିଛି । ଭାରତୀୟ ବୋଲରମାନେ ପାକିସ୍ତାନ ବିପକ୍ଷରେ ଭଲ ବୋଲିଂ କରିଥାଇ ପାରନ୍ତି କିନ୍ତୁ ଶେଷ ୧୦ ଓଭରରେ ସେମାନେ ଖରାପ ପ୍ରଦର୍ଶନ କରିଥିଲେ । ପ୍ରଥମ ୧୦ ଓଭରରେ ପାକିସ୍ତାନ ମାତ୍ର ୬୦ ରନ୍ କରିଥିଲା, କିନ୍ତୁ ଏହା ସତ୍ତ୍ୱେ ଏହି ଦଳ ୧୫୯ ରନରେ ପହଞ୍ଚିଥିଲା । ଏଥିରୁ ସ୍ପଷ୍ଟ ଯେ ଡେଥ ଓଭରରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି ।
