ବିଶିଷ୍ଠ ବ୍ୟବସାୟୀ ଅଙ୍କୁର ଚରଣ ଦାଶଙ୍କ ବିୟୋଗ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସହର ଅନ୍ତର୍ଗତ ତିନିମୁହାଣୀର ବିଶିଷ୍ଠ ବ୍ୟବସାୟୀ ଗୁଲନଗର ନିବାସୀ ଅଙ୍କୁର ଚରଣ ଦାଶ(୬୬)ଙ୍କର ହୁଦ୍ଘାତରେ ବିୟୋଗ ହୋଇଯାଇଛି । ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ପକ୍ଷରୁ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ଓ ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଯାଇଥିଲା । ତାଙ୍କ ବିୟୋଗ ଖବର ପାଇ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ଭୂବନ ମୋହନ ଜେନା, ସୁନାକର ବେହେରା, ଗୁଲନଗର ପଞ୍ଚାୟତର ବିଜେଡି ସଭାପତି ସୁଶାନ୍ତ କୁମାର ଦାଶ, ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଗୁଲନଗର ସରପଞ୍ଚସଂନ୍ଧ୍ୟାରାଣୀ ସାହୁ,ଗୁଆଳସିଂ ସରପଞ୍ଚଦୀଲିପ ଦାସ, ଆଳୁ ପିଆଜ ବ୍ୟବସାୟ ସଂଘର କର୍ମକର୍ତ୍ତା, ଜିଲ୍ଲା ଟ୍ରକ ମାଲିକ ସଂଘର କର୍ମକର୍ତ୍ତିା ଓ ବିଶିଷ୍ଠ ବ୍ୟକ୍ତିମାନେ ତିନିମୁହାଣୀ ଛକରେ ପହଞ୍ôଚ ତାଙ୍କର ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ଶବକୁ ଏକ ଶୋଭାଯାତ୍ରାରେ ସଙ୍କୀର୍ତ୍ତନ ସହିତ ତିନିମୁହାଣୀ, ଗୁଲନଗର ଗ୍ରାମ ପଞ୍ଚାୟତ ପରିକ୍ରମା କରି କଜଳା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ରାଜେନ୍ଦ୍ର ମୁଖାଗ୍ନୀ ଦେଇଥିଲେ । ମଙ୍ଗଳବାର ତାଙ୍କ ସ୍ମୃତି ଉଦେଶ୍ୟରେ ତିନିମୁହାଣୀ ବଜାର ବନ୍ଦ କରାଯାଇଥିଲା ।
