୮୫ବର୍ଷରେ ପହଞ୍ଚିଲା ଗୁଲନଗର କାଳୀ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସହର ତଳି ଗୁଲନଗର ଗ୍ରାମରେ ଦୀର୍ଘ ୮୫ବର୍ଷ ହେବ ମା’ ଦକ୍ଷିଣ କାଳୀଙ୍କର ମୂର୍ତ୍ତୀ ନିର୍ମାଣ ହୋଇ ପୂଜା ପାଇ ଆସୁଅଛି । ୧୯୩୭ ମସିହାରେ କାଳୀ ସାଧକ କାହ୍ନାଇ ଚରଣ ଚକ୍ରବର୍ତ୍ତୀ ଏହି କାଳୀ ପୂଜା ବିଧିବଦ୍ଧଭାବେ ପୂଜା କରିଆସୁଥିଲେ । ୧୯୯୫ ମସିହାରେ ତାଙ୍କର ଦେହାନ୍ତ ପରେ ବର୍ତ୍ତମାନ ତାଙ୍କ ପୁତ୍ର ଭଗବତୀ ଚରଣ ଚକ୍ରବର୍ତ୍ତି ପୂଜା କରି ିଆସୁଛନ୍ତି । ଅମାବାସ୍ୟା ଠାରୁ ୫ଦିନ ଧରି ଧୂମଧାମ୍ରେ ଏହି ପୂଜା ଅନୁଷ୍ଠିତ ହେଉଛି । ଗୁଲନଗର ଗ୍ରାମବାସୀଙ୍କ ସହଯୋଗରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ପାଲା, ଭଜନ ଓ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ନାଟକ ପରିବେଷଣ କରାଯାଇଥାଏ । ଗତ ଦୁଇବର୍ଷ ହେବ କରୋନା କଟକଣା ମଧ୍ୟରେ ପୂଜା କରାଯାଉଥିଲା । ଏହି ପୂଜା ଦେଖିବାପାଇଁ ସହର ଓ ପୁରପଲ୍ଲୀରୁ ବହୁ ଦର୍ଶକ ଏଠାକୁ ଆସିଥାନ୍ତି ।
