ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ
ବସ୍ତା : ବାଲେଶ୍ୱର ୬୦ନମ୍ବର ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ବାଇପାସ ନିକଟରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ରାଜପଥ ଉପରେ ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ବସ୍ତା ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ମୃତକଙ୍କ ନିକଟରୁ ମିଳିଥିବା ଡ୍ରାଇଭିଂ ଲାଇସେନ୍ସରୁ ତାଙ୍କର ନାମ ବାଲ କୃଷ୍ଣନ ଏବଂ ତାଙ୍କ ଘର ତାମିଲନାଡୁ ସ୍ଥିତ ନମକ୍କଲ ଜିଲା କଲଙ୍ଗାନି ଗ୍ରାମରେ ବୋଲି ଜଣା ପଡ଼ିଛି । ପୋଲିସ ମୃତଦେହ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ ଜାରି ରଖିଛି ।
