ଓଡ଼ିଶା ସବ୍ଜୁନିୟର ଖୋଖୋ ଦଳର ମହାରାଷ୍ଟ୍ର ଯାତ୍ରା
ବାଲେଶ୍ୱର : ବାଲେଶ୍ୱର ଜିଲା ଆଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ଖ୍ରୀଷ୍ଟିଆନ ହାଇସ୍କୁଲ ପଡ଼ିଆରେ ଓଡ଼ିଶା ସବ୍ଜୁନିୟର ବାଳିକା ଓ ବାଳକ ଖୋଖୋ ଦଳର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ର ତାଲିମଧାରୀ ବାଙ୍କୀର ରାଜେଶ ରୋଶନ ପ୍ରଧାନ ଓ ବାଲେଶ୍ୱରର ମଳୟ ରଞ୍ଜନ ବେହେରା ଏହି ଶିବିରରେ ତାଲିମ ଦେଇଥିଲେ ।
ଶିବିରରେ ରାଜ୍ୟର ବିଭିନ୍ନ ଜିଲାରୁ ୩୦ ଜଣ ବାଳିକା ଓ ବାଳକ ଯୋଗ ଦେଇଥିଲେ । ଶେଷରେ ଚୂଡ଼ାନ୍ତ ପର୍ଯ୍ୟାୟରେ ୨୪ ଜଣ ଶ୍ରେଷ୍ଠ ଖେଳାଳୀ ମହାରାଷ୍ଟ୍ର ସାତାରା ଠରେ ଆସନ୍ତା ୨୯ ତାରିଖରୁ ନଭେମ୍ବର ୨ ତାରିଖରେ ହେବାକୁ ଥିବା ସବ୍ ଜୁନିୟର ଖୋଖୋ ପ୍ରତିଯୋଗିତାରେ ଓଡ଼ିଶା ରାଜ୍ୟ ତରଫରୁ ଅଂଶଗ୍ରହଣ କରିବା ପାଇଁ ବୁଧବାର ରାତ୍ରିରେ ଯାତ୍ରା କରିବେ । ଏହି ତାଲିମ ଶିବିର ଦାୟିତ୍ୱରେ କ୍ରୀଡ଼ା ସଂଘର ସଭ୍ୟ ଚିତରଞ୍ଜନ ପାଶା ଦାୟିତ୍ୱରେ ଥିବାବେଳେ ଜିଲା କ୍ରୀଡ଼ା ସଂଘର କାର୍ଯ୍ୟକାରୀ ସଭାପତି ଅଧୀପ ଦାସ, ସାଧାରଣ ସମ୍ପାଦକ ଅଭୟ ମହାପାତ୍ର, ଉପସଭାପତି ବୀରେଦ୍ର କୁମାର ସ୍ୱାଇଁ, ଖୋଖୋ ଯୁଗ୍ମ ସମ୍ପାଦକ କାର୍ତ୍ତିର୍କ ଚନ୍ଦ୍ର୍ର ନାୟକ, ଜଗଦିଶ ବେହେରା, ସଞ୍ଜୟ ଲେଙ୍କା, ନିମାଇଁ ଚରଣ ରାଉତରାୟ, ସୁଜୟ ଆଚାର୍ଯ୍ୟ, ପ୍ରଦିପ ଦାସ ପ୍ରମୁଖ ଶିବିର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରି କୁନି କ୍ରୀଡ଼ାବିତ୍ମାନଙ୍କୁ ଜାତୀୟସ୍ତରରେ ଉନ୍ନତ ମାନର ଖେଳ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ ।
