ବାଲେଶ୍ୱର ଫୁଟବଲ ଲିଗ୍-୨୦୨୨ : ଏଫ୍ଏଫ୍ଟି କ୍ଲବ ଓ ସ୍ପୋର୍ଟସ୍ ଏକାଡ଼େମୀ ବସ୍ତା ବିଜୟୀ
ବାଲେଶ୍ୱର : ବାଲେଶ୍ୱର ସହର ପରମିଟ୍ ପଡ଼ିଆରେ ଜିଲା କ୍ରୀଡ଼ା ସଂଘ ଆନୁକୂଲ୍ୟରେ ବୁଧବାର ଠାରୁ ବାଲେଶ୍ୱର ଫୁଟବଲ ଲିଗ୍-୨୦୨୨ ଆରମ୍ଭ ହୋଇଛି । କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର ମ୍ୟାଚ୍ ଶୁଭାରମ୍ଭ କରିଥିଲେ ।
ଲିଗ୍ର ପ୍ରଥମ ମ୍ୟାଚ୍ରେ ଏଫ୍ଏଫ୍ଏଫ୍ଟି ବାଲେଶ୍ୱର ପୋଲିସ ଏବଂ ଜେଜଏମ୍ଏସ କ୍ଲବ ଅଙ୍ଗାରଗଡ଼ିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଏଫ୍ଏଫ୍ଟି କ୍ଲବ ୫-୧ ଗୋଲ୍ରେ ଜେଏମ୍ଏସ୍ କ୍ଲବକୁ ପରାସ୍ତ କରିଥିଲା । ସେହିପରି ଅପରାହ୍ନରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ ସ୍ପୋର୍ଟସ ଏକାଡ଼େମୀ ବସ୍ତା ଏବଂ ଫୁଟବଲ କ୍ଲବ ଚାନ୍ଦିପୁର ମଧ୍ୟରେ ହୋଇଥିଲା । ଏହି ମ୍ୟାଚ୍ରେ ୪-୧ ଗୋଲରେ ସ୍ପୋର୍ଟସ୍ ଏକାଡ଼େମୀ ବସ୍ତା ଚାନ୍ଦିପୁର ଫୁଟବଲ କ୍ଲବକୁ ପରାସ୍ତ କରିଥିଲା । ପ୍ରଥମ ମ୍ୟାଚ୍କୁ ସଲିଲ କୁମାର ସିଂ, ସର୍ଫରାଜ ଫିରଦୋସ, ତୋଫାନ ସିଂ ଏବଂ କାର୍ତ୍ତିକ ଚନ୍ଦ୍ର ନାୟକ ପରିଚାଳନା କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍କୁ ଚିରଞ୍ଜିବ ମାଝୀ, ସଲିଲ କୁମାର ସିଂ ଏବଂ ସର୍ଫରାଜ ଫିରଦୋସ ପରିଚାଳନା କରିଥିଳେ । ଫୁଟବଲ ଯୁଗ୍ମ ସମ୍ପାଦକ ନିମାଇ ଚରଣ ରାଉତରାୟ, ସହ-ସାଧାରଣ ସମ୍ପାଦକ ପଦ୍ମଲୋଚନ ଲେଙ୍କା, ସଭ୍ୟ ପ୍ରଦୀପ କୁମାର ଦାସ ଓ ଉପସଭାପତି ବୀରେନ୍ଦ୍ର କୁମାର ସ୍ୱାଇଁଙ୍କ ସହିତ ବହୁ ପୁରାତନ ଫୁଟବଲ ପ୍ରେମୀ ଏହି କ୍ରୀଡ଼ା ପ୍ରତିଯୋଗୀତାରେ ସହଯୋଗ କରିଥିଲେ ।
ସୂଚନା ଯେ, ଗୁରୁବାର ପୂର୍ବାହ୍ନ ୮ଟାରେ ପ୍ରଥମ ମ୍ୟାଚ୍ ଫକୀରମୋହନ କ୍ଲବ ବାଲେଶ୍ୱର ଓ ମଧୁସୂଦନ କ୍ଲବ ବାଲେଶ୍ୱର ଏବଂ ଅପରାହ୍ନ ୩ଟାରେ ଦ୍ୱିତୀୟ ମ୍ୟାଚ୍ ରଘୁନାଥ ଜୀଉ କ୍ଲବ ଭୀମପୁରା ଓ ସହଦେବଖୁଣ୍ଟା ଫୁଟବଲ କ୍ଲବ ବାଲେଶ୍ୱର ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।
