ସ୍କାଏ ଲାଇଟ ଭାଙ୍ଗି ଲୁଟି ନେଲେ ନଗଦ ୧୦ହଜାର ଟଙ୍କା ସହ ୫୦ହଜାର ଟଙ୍କାରୁ ଉର୍ଦ୍ଧ୍ୱ ସାମଗ୍ରୀ
ସୋର : ସୋର ପୌରପାଳିକା ଅନ୍ତର୍ଗତ ଷ୍ଟେସନ ଛକ ନିକଟସ୍ଥ ସୁପର ବଜାରରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ସ୍କାଇ ଲାଇଟ ଭାଙ୍ଗି ଚୋରି ହୋଇଥିବା ଜଣାପଡ଼ିଛି । ଚୋରମାନେ ଦୋକାନର ପଛ ପଟ ସ୍କାଏ ଲାଇଟ ଭାଙ୍ଗି ଭିତରେ ପଶିଥିଲେ । କେଶ ବାକ୍ସ ଚାବି ଭାଙ୍ଗି ନଗଦ ୧୦ହଜାର ଟଙ୍କା ସହ ସିସିଟିଭିରେ ଲାଗିଥିବା ଦୁଇ ଗୋଟି ହାର୍ଡ଼ ଡିସ୍କ ସହ ୫୦ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ଜିନିଷ ନେଇଥିବା ଜଣାଯାଇଛି ।
ବୁଧବାର ସକାଳେ ସୁପର ବଜାର ମାଲିକ ସଞ୍ଜୀବ ଅଗ୍ରୱାଲ ଦୋକାନ ଖୋଲିବା ପରେ ଚୋରି ହୋଇଥିବା ଜାଣି ପାରିଥିଲେ । ଏ ବାବଦରେ ଶ୍ରୀ ଅଗ୍ରୱାଲ ସୋର ଥାନାକୁ ଜଣାଇବା ପରେ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ କରିଛନ୍ତି । ସଞ୍ଜୀବ ତାଙ୍କ ଦୋକାନରୁ ନଗଦ ୧୦ହଜାର ଟଙ୍କା ସହିତ ପଚାଶ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ସୋର ପୋଲିସ ।
