୧୯୭ ଦିନ ପରେ ସର୍ବନିମ୍ନ ଦୈନିକ କରୋନା ସଂକ୍ରମଣ ମାମଲା, ଦେଶରେ ଆଉ ୮୩୦ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ : ଭାରତରେ କରୋନା ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ପାର୍ବଣ ପରେ କୋଭିଡ୍-୧୯ ମାମଲା ବଢ଼ିପାରେ ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ସେପରି କିଛି ହୋଇନାହିଁ ବରଂ ସଂକ୍ରମଣ ହଜାରେ ତଳକୁ ଖସିଛି । ଭାରତରେ ୧୯୭ ଦିନ ପରେ ସର୍ବନିମ୍ନ ସଂଖ୍ୟକ କୋଭିଡ ମାମଲା ରିପୋର୍ଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ମାତ୍ର ୮୩୦ ନୂଆ ମାମଲା ଆସିଛି । ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୬,୪୫,୭୬୮ କୁ ବୃଦ୍ଧି ପାଇଛି। ଗତ ୧୯୭ ଦିନ ମଧ୍ୟରେ ଭାରତରେ ସର୍ବନିମ୍ନ ଦୈନିକ ସଂକ୍ରମଣ ମାମଲା ରୁଜୁ ହୋଇଛି। ଏଥି ସହିତ ଦେଶରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୧,୬୦୭ କୁ ହ୍ରାସ ପାଇଛି।
ବୁଧବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଭାରତରେ ସଂକ୍ରମଣ ଯୋଗୁଁ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୨୮,୯୮୧ କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଦେଶରେ କରୋନ ସଂକ୍ରମଣ ପାଇଁ ସକ୍ରିୟ ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୨,୫୪୯ ରୁ ୨୧,୬୦୭ କୁ ହ୍ରାସ ପାଇଛି, ଯାହା ମୋଟ ରୋଗର ୦.୦୫ ପ୍ରତିଶତ । ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ୯୪୨ ହ୍ରାସ ରେକର୍ଡ କରାଯାଇଛି। କୋଭିଡ୍-୧୯ରୁ ଜାତୀୟ ସୁସ୍ଥତା ହାର ୯୮.୭୭ ପ୍ରତିଶତକୁ ବୃଦ୍ଧି ପାଇଛି।
#AmritMahotsav#Unite2FightCorona#LargestVaccineDrive
— Ministry of Health (@MoHFW_INDIA) October 26, 2022
𝗖𝗢𝗩𝗜𝗗 𝗙𝗟𝗔𝗦𝗛https://t.co/RDrPi4WaWw pic.twitter.com/EyTFPJAY8e
ସଦ୍ୟତମ ତଥ୍ୟ ଅନୁଯାୟୀ, ଦୈନିକ ସଂକ୍ରମଣ ହାର ୦.୬୭ ପ୍ରତିଶତ ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୧.୦୫ ପ୍ରତିଶତ । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪,୪୦,୯୫,୧୮୦ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି ଏବଂ କୋଭିଡ-୧୯ ରୁ ମୃତ୍ୟୁ ହାର ୧.୧୮ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ଦେଶବ୍ୟାପୀ ଟୀଇକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୧୯.୫୭ କୋଟି ଡୋଜ୍ ଟିକା ଦିଆଯାଇଛି।
