ହରପ୍ରିୟା ମାଉସୀ ସହ ଦୀପାବଳି ପାଳିଲା ଛାତ୍ର କଂଗ୍ରେସ
ବାଲେଶ୍ୱର : ଦୀପାବଳି ଅବସରରେ ବାଲେଶ୍ୱର ୯୪ ବର୍ଷ ବୟସ୍କା ଜଣେ ଆତ୍ମ ସ୍ୱାଭିମାନୀ ବୃଦ୍ଧା ହରପ୍ରିୟା ମାଉସୀ ପାଇଁ ବାଲେଶ୍ୱର କଂଗ୍ରେସର ନେତା ନବଜ୍ୟୋତି ପଟନାୟକ ପଠାଇଥିବା ଶାଢ଼ୀ ନେଇ ବାଲେଶ୍ୱର ଗୌତମ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ଛାତ୍ର କଂଗ୍ରେସର କାର୍ଯ୍ୟକର୍ତା ସନ୍ଧ୍ୟାରେ ମାଉସୀଙ୍କ ଘରେ ପହଂଚି ଦୀପ ଲଗାଇ, ମିଠା ଖୁଆଇ, ଝରାବତୀ ଲଗାଇ ମାଉସୀ ସହ ଦୀପାବଳି ପାଳନ କରିଥିଲେ । ଉଲ୍ଲେଖଯୋଗ୍ୟଯେ ହରପ୍ରିୟା ମାଉସୀ ବୟସର ଅପରାହ୍ନରେ ପହଂଚିଥିଲେ ମଧ୍ୟ ସିନେମା ଛକଠାରେ ଏକ ଦୋକାନ ଚଳାଇ ନିଜ ପରିବାର ଚଳାଉଛନ୍ତି । ସରକାରୀ ସହାୟତାରୁ ବଂଚିତ ହୋଇଥିବା ମାଉସୀଙ୍କ ପାଇଁ ଗତ ବର୍ଷ ନବଜ୍ୟୋତି ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ଏକ ଘର ତିଆରି କରି ଦେଇଥିଲା । ଆଜିର ଦୀପାବଳି ପାଳନ ଅବସରରେ ଯୁବ କଗ୍ରେସ ସାଧାରଣ ସମ୍ପାଦକ – ଭବାନୀ ମହାଳିକ, ଛାତ୍ର କଂଗ୍ରେସ ଉପସଭାପତି – ଜୀବନ ମହାପାତ୍ର, ସୌରଭ ବେହେରା, ନବପ୍ରସାଡ ଭୂୟାଁ, ଏକ୍କେ ଇମତାଜ, ରଞ୍ଜିତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
