ଆଧ୍ୟାତ୍ମିକ ପରିବେଶରେ ଆରମ୍ଭ ହେଲା ତୁଡିଗଡିଆ କାଳୀପୂଜା
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକର ସର୍ବ ପୁରାତନ ରକ୍ତତୀର୍ଥ ତୁଡିଗଡିଆର କାଳିପୂଜା ସୋମବାର ରାତିରେ ଆଧ୍ୟାତ୍ମିକ ପରିବେଶରେ ଆରମ୍ଭ ହୋଇଛି ।ଉପେନ୍ଦ୍ର ପାଣିଗ୍ରାହୀଙ୍କ ଦ୍ୱାରା ଘଟୋତ୍ତଳନ ପରେ ପଣ୍ଡିତ ଦାମୋଦର ଶତପଥୀ ଓ ଅନ୍ୟ ପଣ୍ଡିତ ମାନଙ୍କ ଦ୍ୱାରା ମାଙ୍କୁ ଆବାହନ କରାଯାଇଥିଲା । ସ୍ୱାଧିନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଖଇରା ବ୍ଲକର ଏହି ରକ୍ତତୀର୍ଥ ମାଟି ତୁଡିଗଡିଆ ପୂଜା ର ସ୍ୱତନ୍ତ୍ର ଆକର୍ଷଣ ରହିଛି । ୧୯୨୦ ମସିହାରେ ସ୍ୱାଧିନତା ଆନ୍ଦୋଳନ ବ୍ୟାପକ ଆକାର ଧାରଣ କରିଥିବା ବେଳେ ଏହି ପୁଜା ଆରମ୍ଭ ହୋଇଥିଲା । ପୂଜା ୭ଦିନ ଚାଲିବାକୁ ଥିବା ବେଳେ ବିଭିନ୍ନ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭଷାଣି ଦିନ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ଯାତ୍ରା ମଞ୍ଚସ୍ଥ କରାଯିବାର କାର୍ଯ୍ୟକ୍ରମ ରହିଥିବା ନେଇ ସମ୍ପାଦକ ବିନୋଦ ଘଡେଇ କହିଛନ୍ତି । ପାଶ୍ୱର୍ ମୂର୍ତ୍ତୀ ଭାବେ କଂସବଧ ସାଙ୍ଗକୁ ଓଡିଶାରେ ଚର୍ଚ୍ଚା ଜୋର ଧରିଥିବା ଟୁଙ୍ଗୁର ଭୋଳ ଚରିତ୍ର ସ୍ଥାନିତ ହେବା ଏବଂ ଲେଖାର ଶିର୍ଷକ ଟୁଙ୍ଗୁରୁ ଭୋଳ-କରୁଛି ଖେଳ ଲେଖାକୁ ଦେଖିବାକୁ ଦର୍ଶକ ଭୀଡ ଲାଗାଇଥିବାର ଦେଖିବାକୁ ମିଳିଛି । ସଭାପତି ସାଧୁ ଚରଣ ଗୁପ୍ତା ଓ ସମ୍ପାଦକ ବସନ୍ତ କୁମାର ସାହୁ ତଥା କମିଟିର ସମସ୍ତ ସଭ୍ୟ,ବ୍ୟବସାୟୀ,ଖଇରା ପୋଲିସର ସହଯୋଗରେ ପୁଜାକୁ ଶୃଙ୍ଖଳିତ ଭାବେ ଚଲାଇବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।
