ଜସନେ ଇଦ୍ ମିଲାଦୁନ ନବି ଉପଲକ୍ଷେ ବାଲିଆପାଳ ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ଜଲସା କାର୍ଯ୍ଯକ୍ରମ ଅନୁଷ୍ଠିତ।
ବାଲିଆପାଳ : ବାଲିଆପାଳ ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଜସନେ ଇଦ୍ ମିଲାଦୁନ ନବି ଉପଲକ୍ଷେ ଜଲସା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳର କାର୍ଯ୍ଯକାରୀ ସଭାପତି ନାରୀ ନେତ୍ରୀ ସୁବାସିନୀ ଜେନା ଯୋଗ ଦେଇ ଭାଇଚାରା ଭିତରେ ସୁସମ୍ପର୍କ ବନାଇ ସମାଜର ମଙ୍ଗଳ ପାଇଁ ଏକ ହୋଇ ରହିବା ଉଚିତ୍ ବୋଲି କହିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ଜେନା ସମସ୍ତଙ୍କୁ ଜଲସାର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲିଆପାଳ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସ,୨୩ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ବେଣୁଧର ଜେନା,୨୨ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠୀ,ପ୍ରତାପପୁର ସରପଞ୍ଚ ତଥା ବ୍ଲକ ମହିଳା ସଭାନେତ୍ରୀ କସ୍ତୁରୀବାଳା ପାତ୍ର,ବ୍ଲକ ଛାତ୍ର ବିଜେଡି ସଭାପତି ସୁଶାନ୍ତ ବେହେରା,ବାଲିଆପାଳ ପଞ୍ଚାୟତ ସମିତି ସଦସ୍ୟା ଝୁନାରାଣୀ ପାତ୍ର,ପୂର୍ବତନ ସରପଞ୍ଚ ବହ୍ନିଶିଖା ଭଦ୍ର, ଯୁବ ନେତା ରତିକାନ୍ତ ପାତ୍ର,ରଘୁନାଥ ଜେନା,ଉତ୍ତର ଓଡିଶା ସାମାଜିକ ଗଣମାଧ୍ୟମ ସଂପାଦକ ସୁବ୍ରତ କୁମାର ପାତ୍ର, ବ୍ଲକ ଯୁବ ବିଜେଡି ଡିଜିଟାଲ ସମ୍ପାଦକ ଗୋପନାରାୟଣ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଜଲସା ଅବସରରେ ଉର୍ଦ୍ଦୁ ଅନୁଷ୍ଠାନର ସାଂସ୍କୃତିକ କାର୍ଯ୍ଯକ୍ରମ ଓ ଧର୍ମ ସଭା ଅନୁଷ୍ଠିତ ହୋଇଥିଲା। ବାଲିଆପାଳ ସଂଖ୍ୟାଲଘୁ ସଂପ୍ରଦାୟର ସମସ୍ତ ଭାଇ ଭଉଣୀମାନେ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
