ବାଲିଆପାଳରେ ବେଆଇନ ବାଣ ଦୋକାନ ଉପରେ ଚଢାଉ। ବିପୁଳ ପରିମାଣରେ ବାଣ ଜବତ।
ବାଲିଆପାଳ : ବାଲିଆପାଳ ବ୍ଲକର ବିଭିନ୍ନ ସ୍ଥାନରେ ବେଆଇନ ବାଣ ଦୋକାନ ଉପରେ ରବିବାର ପୂର୍ବାହ୍ନରେ ବାଲିଆପାଳ ତହସିଲଦାର ଓ ବାଲିଆପାଳ ପୋଲିସ ପକ୍ଷରୁ ମିଳିତ ଭାବରେ ଚଢାଉ କରାଯାଇ ବିପୁଳ ପରିମାଣରେ ବାଣ ଜବତ କରାଯାଇଛି। ଦୀର୍ଘ ଦିନପରେ କରୋନା କଟକଣା ହଟିବା ପରେ ଦୀପାବଳୀ ପାଇଁ ବାଲିଆପାଳ ଚଳ ଚଞ୍ଚଳ ହୋଇଉଠୁଥିଲା।ବିଭିନ୍ନ ଛକ, ବଜାର, ଜନଗହଳିପୂର୍ଣ୍ଣ ସ୍ଥାନ, ସିମୁଳିଆ ବଜାରରେ ବହୁ ପରିମାଣରେ ଭଳିକି ଭଳି ବାଣ ଦୋକାନର ପସରା ମେଲା ହୋଇଥିବାବେଳେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶ ତହସିଲର କର୍ମଚାରୀ ଓ ବାଲିଆପାଳ ପୋଲିସଙ୍କ ମିଳିତ ସହଯୋଗରେ ବାଲିଆପାଳର ବିଭିନ୍ନ ଛକ, ସିମୁଳିଆ ବଜାର, କାଳିପଦା ବଜାର ସହିତ ଜାମକୁଣ୍ଡା ଲକ ମାର୍କେଟ ଆଦି ବିଭିନ୍ନ ସ୍ଥାନରେ ବେଆଇନ ଦୋକାନ ଉପରେ ଚଢାଉ କରି ବିପୁଳ ପରିମାଣରେ ବାଣ ଜବତ କରିବା ସହିତ ବିଭିନ୍ନ ବାଣ ଦୋକାନର ଲାଇସେନ୍ସ ଯାଞ୍ଚ କରିଛନ୍ତି। ସୋମବାର ମଧ୍ଯ ବାଣ ଦୋକନ ଉପରେ ଚଢ଼ାଉ କରାଯିବ ବୋଲି ତହସିଲଦାର ଶ୍ରୀ ଦାସ ସୂଚନା ଦେଉଛନ୍ତି।
