ଜୟଗୁରୁ ଏଣ୍ଟରପ୍ରାଇଜେସ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ । ୫୫ ୟୁନିଟ୍ ରକ୍ତ ସଂଗୃହିତ।
ବାଲେଶ୍ୱର : ବାଲିଆପାଳ ବସ୍ତା ମୁଖ୍ୟ ରାସ୍ତାର ଦାନ୍ତୁଣିଦା ଛକରେ ଜୟଗୁରୁ ଏଣ୍ଟରପ୍ରାଇଜେସ ଆନୁକୁଲ୍ୟରେ ରବିବାର ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ୫୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ସମସ୍ତ ରକ୍ତ ଦାତା ଉତ୍ସାହର ସହିତ ରକ୍ତ ଦାନ କରିଥିଲେ। ଆଶୀର୍ବାଦ ପାଇପର ବାଲେଶ୍ବର ଜିଲ୍ଲା ଡିଷ୍ଟ୍ରିବୁଟର ଶୁଭ୍ରାଂଶୁ ଦଣ୍ଡପାଟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିବିରକୁ ଆନୁଷ୍ଠାନିକ ଭାବରେ ଫିତା କାଟି ଉଦଘାଟନ କରି କହିଥିଲେ ରକ୍ତଦାନ ମହାପୁଣ୍ୟ। ଆପଣମାନଙ୍କର ଗୋଟି ବୁନ୍ଦା ରକ୍ତ କାହାର ଜୀବନ ବଞ୍ଚେଇ ଦେଇପାରେ। ଏମିତି ମହତ୍ କାର୍ଯ୍ୟରେ ଯୁବସମାଜ ସ୍ବେଚ୍ଛାକୃତ ଭାବରେ ସହଯୋଗ କରିବା ଉଚିତ। ସମ୍ମାନିତ ଅତିଥିଭାବରେ ଦେଭୋଗ ସରପଞ୍ଚଙ୍କ ପ୍ରତିନିଧି ମୃତୁଞ୍ଜୟ ନାୟକ ଯୋଗ ଦେଇଥିଲେ। ରାମଚନ୍ଦ୍ର ସାହୁ, ବିଜୟ କୁମାର ରାଉତ,ପର୍ଶୁରାମ ରାଉତ, ଜ୍ୟୋତି ପ୍ରକାଶ ରାଉତ, ପ୍ରଶାନ୍ତ ଦଳାଇ, ଧନଞ୍ଜୟ ଦାସ, ସୁଜାତା ସାହୁ, ସଞ୍ଜୟ କୁମାର ପ୍ରଧାନ, ଦୀନକୃଷ୍ଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବାଲେଶ୍ବର ରକ୍ତ ଭଣ୍ଡାରର ଡାକ୍ତର ମହେଶ କୁମାର ବିଶ୍ବାଳ, ବସନ୍ତ ଜେନା, ସ୍ଵାତୀ ସୁଚରିତା ରାଜ, ଅଜୟ କୁମାର ମହାନ୍ତି,ସୌଭାଗ୍ୟବତୀ ପରିଡ଼ା ରକ୍ତ ସଂଗ୍ରହରେ ସହାୟତା କରିଥିଲେ।
