ଟି-୨୦ ବିଶ୍ୱକପ୍ : ଖାତା ଖୋଲିପାରିଲେନି ଅଧିନାୟକ ବାବର ଆଜମ
ମେଲବର୍ଣ୍ଣ : ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଜାରି ରହିଛି । ଏଥିରେ ଟସ୍ ଜିତି ଭାରତ ଫିଲ୍ଡିଂ କରୁଛି। ସେହିପରି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନକୁ ପ୍ରାରମ୍ଭରୁ ବଡ଼ ଝଟକା ଲାଗିଛି । ପ୍ରଥମେ ଆଉଟ୍ ହୋଇଛନ୍ତି ଅଧିନାୟକ ବାବର ଆଜମ। ସେ ଖାତା ଖୋଲିପାରି ନାହାନ୍ତି। ଦ୍ୱିତୀୟ ଓଭରର ପ୍ରଥମ ବଲ୍ରେ ସେ ଆଉଟ୍ ହୋଇଯାଇଥିଲେ। ଏହି ଓଭରରେ ସେ ଅର୍ଶଦୀପ ସିଂହଙ୍କ ବଲ୍ରେ ଏଲ୍ବିଡବ୍ଲ୍ୟୁ ହୋଇଥିଲେ। ବାବର ଆଉଟ୍ ହେବା ପରେ ତାଙ୍କ ସହିତ ଓପନିଂ କରିବାକୁ ଆସିଥିବା ୱିକେଟ୍ କିପର ମହମ୍ମଦ ରିଜୱାନ ମଧ୍ୟ ଅଧିକ ସମୟ ତିଷ୍ଠି ନଥିଲେ। ସେ ୧୨ଟି ବଲ୍ରୁ ମାତ୍ର ୪ ରନ୍ କରିଥିବା ବେଳେ ଅର୍ଶଦୀପ ସିଂହଙ୍କ ଶିକାର ହୋଇଥିଲେ। ଅର୍ଶଦୀପଙ୍କ ବଲ୍ରେ ସେ ଭୁବନେଶ୍ୱର କୁମାରଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।
ବର୍ତ୍ତମାନ ୧୫ ଓଭର ସୁଦ୍ଧା ପାକିସ୍ତାନ ୧୦୬ରନ୍ କରିଥିବା ବେଳେ ୫ଟି ୱିକେଟ ହରାଇଛି। ଏହା ପୂର୍ବରୁ ପ୍ରଥମ ୩ ଓଭର ମଧ୍ୟରେ ପାକିସ୍ତାନର ଦୁଇ ଓପନରଙ୍କୁ ଆଉଟ୍ କରିବାରେ ସଫଳ ହୋଇଥିଲେ ଭାରତୀୟ ଖେଳାଳି। ପ୍ରଥମେ ଅର୍ଶଦୀପ ସିଂହ ବାବର୍ ଆଜମ୍ଙ୍କୁ କ୍ୟାଚ୍ ଆଉଟ୍ କରି ପାକିସ୍ତାନର ପ୍ରଥମ ୱିକଟେ୍ ଦଖଲ କରିଥିଲେ। ତା’ପରେ ସେଇ ଅର୍ଶଦୀପଙ୍କ ବଲ୍ରେ ଭୁବନେଶ୍ବର କୁମାରଙ୍କୁ କ୍ୟାଚ ଦେଇ ମହମ୍ମଦ୍ ରିଜ୍ୱାନ୍ଙ୍କୁ ଆଉଟ୍ ହୋଇଥିଲେ।
