ଆଜି ୧୫ ମିନିଟ୍ ପାଇଁ ଜେଲ୍ ଭିତରେ ସାକ୍ଷାତ କରିବେ ଅର୍ଚ୍ଚନା-ଜଗବନ୍ଧୁ
ଭୁବନେଶ୍ବର : ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦ୍ ଗିରଫ ମାମଲାକୁ ନେଇ ଚର୍ଚ୍ଚା ଥମୁନି। ଜଗବନ୍ଧୁଙ୍କୁ ପୁଲିସ ଗିରଫ କରିବା ପରେ ଏବେ ଝାରପଡା ଜେଲରେ ଉଭୟ ପତି-ପତ୍ନୀ ରହିଛନ୍ତି। ଜେଲ୍ ଭିତରେ ସାକ୍ଷାତ କରିବେ ପତି-ପତ୍ନୀ।
ଜେଲ ନିୟମ ଅନୁଯାୟୀ ସପ୍ତାହରେ ଗୋଟିଏ ଦିନରେ ଉଭୟ ଦେଖା ହୋଇପାରିବେ। କେବଳ ରବିବାର ଦିନ ହିଁ ଏହି ଦେଖାସାକ୍ଷାତ ହୋଇପାରିବ। ପ୍ରତ୍ୟେକ ବନ୍ଦୀଙ୍କ ପାଇଁ ଜେଲ୍ରେ ପରିବାର ଲୋକଙ୍କ ପାଇଁ ୧୫ମିନିଟ୍ର ଦେଖା ସାକ୍ଷାତ ବ୍ୟବସ୍ଥା ରହିଛି। ଏହି ନିୟମ ଅନୁସାରେ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଦେଖାହେବେ। ଜେଲର ମହିଳା ୱାର୍ଡର ଓ କିଛି ପୁରୁଷ ୱାର୍ଡରଙ୍କ ଉପସ୍ଥିତିରେ ଆଜି ସାକ୍ଷାତ ହେବ ବୋଲି ସୂଚନା ମିଳିଛି।
ସୂଚନା ଯେ, ଶୁକ୍ରବାର ଅର୍ଚ୍ଚନା ନାଗ୍ଙ୍କ ସ୍ୱାମୀଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଥିଲା। ଭୁବନେଶ୍ବର ସ୍ଥିତ ସତ୍ୟବିହାର ଘରୁ ଜଗବନ୍ଧୁଙ୍କୁ ପୋଲିସ ଉଠାଇ ନେଇଥିଲା। ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ନାଁରେ ମାନବ ଚାଲାଣ ଭଳି ୧୬ଟି ସଙ୍ଗୀନ ଦଫା ଲାଗିଛି।
