କାର୍ଯ୍ୟରତ କୁଶଳୀ ନିର୍ମାଣ ଶ୍ରମିକ ଛାତରୁ ପଡି ଗୁରୁତର
ଜଳେଶ୍ୱର : ନିର୍ମାଣାଧିନ ଏକ ପକ୍କାଗୃହର କାର୍ଯ୍ୟ ଚାଲିଥିବା ବେଳେ ଜଣେ କୁଶଳୀ ଶ୍ରମିକ (ରଜମିସ୍ତ୍ରୀ) ଛାତରୁ ଖସିପଡି ଗୁରୁତର ହୋଇଛନ୍ତି । ଘଟଣାରୁ ପ୍ରକାଶ ମୁର୍ଶିଦାବାଦ ଅଂଚଳର ସଲେବୁଲ ରହମନ (୩୮) ନାମକ ରଜମିସ୍ତ୍ରୀ କାର୍ଯ୍ୟ କରୁଥିବା ବେଳେ ଅସାବଧାନତା ଯୋଗୁ ତାଳେ ପଡି ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ଜିକେଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ ଜଳେଶ୍ୱର ଅଂଚଳରେ ହଜାର ହଜାର ସଂଖ୍ୟକ ମୁର୍ଶିଦାବାଦ ଅଂଚଳର ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ହେଉଛି । ଏପରିକି ନାବାଳକମାନେ କାର୍ଯ୍ୟ କରୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଜଣାଯାଇଛି ।
