ମୟୂରଭଞ୍ଜ : ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ମୟୂରଭଞ୍ଜ ତରଫରୁ ବାରିପଦାସ୍ଥିତ ଶରତଚନ୍ଦ୍ର ବିଦ୍ୟାପୀଠ ପରିସରରେ ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ ହେଉଅଛି । ବାରିପଦା ପୌରାଞ୍ଚଳ ଓ ବ୍ଲକ୍ ବେତନଟୀ, ଶ୍ୟାମାଖୁଣ୍ଟା ଓ ଶୁଳିଆପଦା ବ୍ଲକ୍ ଅଧିନସ୍ଥ ବିଦ୍ୟାଳୟମାନଙ୍କର ପ୍ରଧାନଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଚଳିତ ମାସ ୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ନେତୃତ୍ୱ ପ୍ରତିପାଦିତ କରିବାର ଦକ୍ଷତା ବିଶେଷ କରି ଶ୍ରେଣୀ ଗୃହ ମାନଙ୍କରେ ଡିଜିଟାଲ ପ୍ରକ୍ରିୟାରେ ଶିକ୍ଷାଦାନ ପ୍ରଣାଳୀ ଉପରେ ତାଲିମ ଦିଆଯାଇଛି । ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟଙ୍କ ସଂଯୋଜନାରେ ଅତିରିକ୍ତ ଜିଜ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ, ଡ. ପ୍ରଶାନ୍ତ ମହାନ୍ତି, ଦିପ୍ତୀ ନାୟକ, ବରିଷ୍ଠ ବ୍ଲକ ଶିକ୍ଷା ଅଧିକାରୀ ଗୌତମ ପାତ୍ର, ପ୍ରଧାନ ଶିକ୍ଷକ ନଳୀନ କୁମାର ଚୌଧୁରୀ ତଥା ଯୋଜନା ସଂଯୋଜକ ହରିପଦ ବେହେରା, ସୁନୀତା କର, ଯୋଗେଶ୍ୱର ଦାଶ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷଣୀୟ ବିଷୟବସ୍ତୁ ଉପରେ ଆଲୋଚନା କରାଯିବା ସହ ତାର ସଫଳ ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି । ଶିବିରରେ ଶହେ ଜଣ ପ୍ରଧାନଶିକ୍ଷକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଜ୍ୟୋସ୍ନାରାଣୀ ମହାପାତ୍ର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଧାନଶିକ୍ଷକ ଅମତାଭ ମିଶ୍ର ଓ ଶିକ୍ଷୟିତ୍ରୀ ସୁମତି ଦାସ ପ୍ରଶିକ୍ଷଣ ଅନୁଗତ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶିକ୍ଷକ ସନତ ପ୍ରହରାଜ, ଲକ୍ଷ୍ମୀଧର ମିଶ୍ର, ଦେବାଶିଷ ସାହୁ ସହେଯାଗ କରିଥିଲେ ।
Post Views: 223