ଜଳଙ୍ଗରେ କୃଷକ ସମାବେଶ ବିହନ ବିଶୋଧନ ଉପରେ ଗୁରୁତ୍ୱ ଆରୋପ
ବାଲେଶ୍ବର : କୋର୍ଟେଭା ଏଗ୍ରୀସାଇନ୍ସ ଆନୁକୁଲ୍ୟରେ ଏକ କୃଷକ ସମାବେଶ ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଅଧୀନ ଜଳଙ୍ଗ ଚଣ୍ଡୀ ମନ୍ଦିର ନିକଟରେ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ବର୍ତ୍ତମାନ ଧାନଚାଷ ପାଇଁ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଥିବା ଚକଡା,ଯଉଆ ବା ମାଟିଆଗୁଣ୍ଡି ପୋକ ଦମନ ପାଇଁ ପେକ୍ସାଲିନ ଓ ଲୁମିଭିଆ ମାଧ୍ୟମରେ କାଣ୍ଡବିନ୍ଧା ପୋକ ଦମନ କରାଯିବା ଉପରେ କୋର୍ଟେଭାର ଅଧିକାରୀ ଲଲାଟେନ୍ଦୁ ଭୋଳା,ଅବିନାଶ ପଣ୍ଡା,ସନ୍ତୋଷ କୁମାର ଦାସ,ମହେଶ କୁମାର ବେହେରା,ଦିବ୍ୟରଞ୍ଜନ ବେହେରା ପ୍ରମୁଖ ପ୍ରକାଶ କରିଥିଲେ । ଖଇରା ବ୍ଲକର ଅଗ୍ରଣୀ ଚାଷୀ ସୁଶାନ୍ତ ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଖଇରା ବ୍ଲକର ୩୭ ପଞ୍ଚାୟତରୁ ଚାଷୀ ମାନେ ଏହି ସମାବେଶରେ ଯୋଗ ଦେଇଥିଲେ ।
