ଡ ମହତାବ ମହାବିଦ୍ୟାଳୟରେ ଇଂରାଜୀ ବିଭାଗ ସେମିନାର, ଭାଗବତ କହେ ମାନବ ଜନ୍ମର ଲକ୍ଷ ଓ ଉଦ୍ଦେଶ୍ୟ-
ଖଇରା : ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ କୁପାରୀସ୍ଥିତ ହରେକୃଷ୍ଣ ମହତାବ ମହାବିଦ୍ୟାଳୟ ଇଂରାଜୀ ବିଭାଗ ଆନୁକୂଲ୍ୟରେ ଏକ ସେମିନାର ଶନିବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି I ଅଧ୍ୟକ୍ଷା ଚନ୍ଦନା ଘଡେଇଙ୍କ ପୌରହିତ୍ୟରେ ଆୟୋଜିତ ସେମିନାରରେ ବିଭାଗୀୟ ଅଧ୍ୟାପିକା ତଥା ସହ ସଂଯୋଜିକା ମଧୁମିତା ପତ୍ରୀ ସେମନାରର ଶିର୍ଷକ ଭାଗବତ-ଅତିତ ଓ ଭବିଷ୍ୟତ ଉପରେ ପ୍ରାରମ୍ବିକ ତଥ୍ୟ ଉପସ୍ଥାପନ କରି ବେଦବ୍ୟାସଙ୍କ ରଚିତ ସଂସ୍କୃତ ଭାଗବତ ରୁ ଆରମ୍ଭ କରି ଜଗନ୍ନାଥ ଦାସଙ୍କ ଦ୍ବାରା ରଚିତ ଓଡିଆ ଭାଗବତ ଉପରେ ଆଲୋଚନା କରିଥିଲେ I ଭଦ୍ରକ ମହିଳା ମହାବିଦ୍ୟାଳୟ ର ଇଂରାଜୀ ବିଭାଗ ମୁଖ୍ୟ ଡ ସଙ୍ଗିତା ଦାସ,ଦର୍ଶନ ବିଭାଗ ମୁଖ୍ୟ ଗଗନ ବିହାରୀ ରାଉତ,ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଯୁଧିଷ୍ଠିର କୁଅଁର ,ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ ଜଗନ୍ନାଥ ଦାସଙ୍କ ଭାଗବତ ରଚନା ହେବା ପରେ ଘର ଘରେ ପାଠ କରାଯାଉଛି I ମାନବ ଧର୍ମ ଓ ଜିବନର ପ୍ରତ୍ୟେକ ଟି କର୍ମରେ ଏହାର ଗୁରୁତ୍ବ ପାଇଁ ଏହା ଆଜି ପରମଶାସ୍ତ୍ର ଭାବେ ପରିଗଣିତ ବୋଲି କହିଥିଲେ I କୁପାରୀ ମହାବିଦ୍ୟାଳୟ ମୁଖ୍ୟ ଦତ୍ତାତ୍ରେୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ I ଫଟୋ-ଖଇରା୧-ସେମିନାର ରେ ଉପସ୍ଥିତ ବକ୍ତାଗଣ
