କଇଁଛ ପିଠିରେ ଜଗନ୍ନାଥଙ୍କ ପ୍ରତିଛବି; ପୂଜାର୍ଚ୍ଚନା କଲେ ଲୋକେ
ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଶ୍ରୀକୋଣା ଗାଁରୁ ଏକ କଇଁଛ ଉଦ୍ଧାର । ଉଦ୍ଧାର ହୋଇଥିବା କଇଁଛର ପିଠିରେ ଜଗନ୍ନାଥଙ୍କ ପ୍ରତିଛବି ଦେଖିବାକୁ ମିଳିଛି । ଏହା ଦେଖି ସ୍ଥାନୀୟ ଲୋକେ କଇଁଛଟିକୁ ପୂଜାର୍ଚ୍ଚନା କରିଥିଲେ ।
ସେହିପରି କଇଁଛ ଦେହରେ ଜଗନ୍ନାଥଙ୍କ ପ୍ରତିଛବି ଖବର ପ୍ରଘଟ ପରେ କଇଁଛକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ପରେ କଇଁଛଟିକୁ ନେଇ ସ୍ଥାନୀୟ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ ଲୋକମାନେ । ଶେଷରେ କଇଁଛଟିକୁ ମନ୍ଦିର ପୋଖରୀରେ ଛଡ଼ାଯାଇ ଥିବା ଜଣାପଡ଼ିଛି ।
