ଚିନ୍ତାମଣି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ ଶିଳାନ୍ୟାସ କଲେ ବିଧାୟକ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ଦହପଡ଼ା ଚିନ୍ତାମଣି ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏହାର ଶିଳାନ୍ୟାନ ଶୁକ୍ରବାର ପୂର୍ବାହ୍ଣରେ କରିଛନ୍ତି । ପ୍ରଧାନଶିକ୍ଷକ ପ୍ରତାପ ଦେ’ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ତୃତୀୟ ପର୍ଯ୍ୟାୟରେ ଏହି ସର୍ବପୁରାତନ ବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟପାଇଁ ୩୫ଲକ୍ଷ ଟଙ୍କା ଅନୁଦାନ ଆସିଥିବା ସୂଚନା ଦେଇଥିଲେ । ତେବେ ଉତ୍କୃଷ୍ଟମାନର କାମ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ ।


କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ୍ ରାଜେନ୍ଦ୍ର ରାଉତ, ଭାଇସ ଚେୟାରମ୍ୟାନ୍ ସୁମତୀ ବେହେରା, ସରପଂଚ ପ୍ରଣତୀ ଜେନା, ଜିଲ୍ଲା ପରିଷଦ ସଭ୍ୟ କବିତା ପାଣି, ସମିତିସଭ୍ୟ ରବୀନ୍ କୁମାର ପ୍ରଧାନ, ପଂଚାୟତ ସଭାପତି ସୁଦର୍ଶନ ବେହେରା, କୈଳାସ ଦାସ, ପୀତାମ୍ବର ପ୍ରଧାନ, ମନୋରଞ୍ଜନ ଦାସ, ଶେଖ୍ ରଜବ ଅଲ୍ଲୀ, ଶେକ୍ ଅବଦୁଲ୍ ରେହେମାନ, ଶେକ୍ ମେହେରବାନ୍, ଗଙ୍ଗାଧର ଜେନା, କାର୍ତିକ ତରେଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
